ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳସ୍ତର, ରାସ୍ତା ଉପରେ ପାଣି ମାଡିଯିବାରୁ ଲୋକେ ହନ୍ତସନ୍ତ

ବାଲେଶ୍ବର : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ଏଠାରେ ଜଳସ୍ତର ବୃଦ୍ଧି ପାଇ ୬.୨୪ ମିଟରରେ ପ୍ରବାହିତ ହେଉଛି । ଫଳରେ ନଦୀକୂଳିଆ ଅଞ୍ଚଳର ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ପଶିବାରେ ଲାଗିଛି ।

ବସ୍ତା ବ୍ଲକର ୭ଟି ପଞ୍ଚାୟତ ତଥା ମଥାନୀ, ବାହାର୍ଦା, କୁଡିଆ, ଦୁଧହଂସା, ବାସଚକୁରାଇ, ଦରଡା, ବ୍ରାହ୍ମଣଦା, ବରୁଣଗଡିଆ ଓ ସଦର ବ୍ଲକର ୨ପଞ୍ଚାୟତ ଶ୍ରୀରାମପୁର ଓ ରସୁଲପୁର ପଞ୍ଚାୟତର ଚାଷଜମି ଜଳମଗ୍ନ ହୋଇଛି । ଚାଷ ଜମିରେ ପାଣି ପଶିବା ଫଳରେ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି । ସେହିପରି ଅନେକ ସ୍ଥାନର ରାସ୍ତା ଉପରେ ପାଣି ମାଡିଯିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ଆସନ୍ତା ୨ଦିନ ପ୍ରବଳ ବର୍ଷାର ସମ୍ଭାବନାରେ ନଦୀ କୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.