ଅଶାନ୍ତ ବାଂଲାଦେଶ । ତେଣୁ ସମୁଦ୍ରପଟୁ ବାଂଲାଦେଶରୁ ଓଡ଼ିଶାକୁ ଅନୁପ୍ରବେଶ ଆଶଙ୍କା ରହିଛି । ସତର୍କ ରହିଛି ଓଡ଼ିଶା ପୋଲିସ। ବଢାଯାଉଛି ପାଟ୍ରୋଲିଂ । ରାଜ୍ୟର ୬ ଉପକୂଳବର୍ତ୍ତୀ ଜିଲ୍ଲାରେ ଥିବା ୧୮ କୋଷ୍ଟାଲ ପୋଲିସ ଷ୍ଟେସନକୁ ହାଇ ଆଲର୍ଟରେ ରଖାଯାଇଛି । ବିଶେଷ କରି ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଉପକୂଳ ବାଂଲାଦେଶର ନିକଟବର୍ତ୍ତୀ ଥିବାରୁ, ସେହି ତିନି ଜିଲ୍ଲା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ।
ସାମୁଦ୍ରିକ ଥାନାରେ ଅଧିକ ଲୋକ ବଳ ନିୟୋଜିତ ହୋଇଛନ୍ତି । ପ୍ରାୟ ସବୁ ଥାନାରେ ବୋଟ୍ ରହିଛି । ନିୟମ ମୁତାବକ ୫ ନଟିକାଲ ମାଇଲ ପର୍ଯ୍ୟନ୍ତ ପାଟ୍ରୋଲିଂ କରିପାରିବ ଓଡ଼ିଶା ପୋରିସ। ଉପକୂଳ ଅଂଚଳରେ ଥିବା ମତ୍ସ୍ୟଜୀବୀଙ୍କ ଘରଗୁଡିକ ଉପରେ ନଜର ରଖିବାକୁ ଗୁଇନ୍ଦା ବିଭାଗକୁ ଆଲର୍ଟ କରାଯାଇଛି । ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଅନୁପ୍ରବେଶ ଉପରେ ତୀକ୍ଷ୍ ଣ ନଜର ରଖାଯାଇଛି ।
ସମୁଦ୍ର ପଥରେ ରହିଛି ତିନି ଥାକି ସୁରକ୍ଷା ବ୍ୟବସ୍ଥା । ପ୍ରଥମେ ଭାରତୀୟ ନୌସେନା ପରେ କୋଷ୍ଟଗାର୍ଡଙ୍କ ସୁରକ୍ଷା ବଳୟ ରହିଛି । ଏହାପରେ ଓଡ଼ିଶା ପୋଲିସ ଉପକୂଳକୁ ଜଗିଛି । ହଜାର ହଜାର ବାଂଲାଦେଶୀ ଓଡ଼ିଶାରେ ସ୍ଥାୟୀ ଭାବେ ବସବାସ କରୁଛନ୍ତି । ଏବେ ବାଂଲାଦେଶ ଅଶାନ୍ତ ଥିବାରୁ ଓଡ଼ିଶାକୁ ଜଳପଥ ଦେଇ ବାଂଲଦେଶୀ ପଶି ଆସିବା ଆଶଂକା ବଢ଼ି ଯାଇଛି ।