ବାଣପୁରର ଭଗବତୀଙ୍କ ପୀଠରେ ଧୁମଧାମରେ ପାଳିତ ହେଉଛି ସପ୍ତମୀ ପୂଜା, ଅସ୍ଥାୟୀ ଘରେ ମା’ଙ୍କୁ ରଖି କରାଯାଉଛି ଆରାଧନା

ବାଣପୁର(କେନ୍ୟୁଜ୍):  ସାରା ଓଡ଼ିଶାର ଶକ୍ତି ପୀଠ ମାନଙ୍କରେ ମା’ ଙ୍କର ସପ୍ତମୀ ପୂଜା ଧୁମଧାମରେ ପାଳିତ ହେଉଛି । ଓଡ଼ିଶାରେ ସମୁଦାୟ ୮ଟି ଶକ୍ତି ପୀଠ ମାନଙ୍କ ମଧ୍ୟରେ ବାଣପୁର ସ୍ଥିତ ମା ଭଗବତୀଙ୍କ ପୀଠ ଅନ୍ୟତମ । ଏଠାକାର ପୂଜା ପଦ୍ଧତି ଅନ୍ୟ ଶକ୍ତି ପୀଠ ମାନଙ୍କ ଠାରୁ ଟିକେ ଅଲଗା । ସମସ୍ତ ଶକ୍ତି ପୀଠ ମାନଙ୍କରେ ୧୬ ଉପଚାରରେ ମାଙ୍କର ପୂଜା କରାଯାଉଥିବା ବେଳେ ଏଠାରେ କିନ୍ତୁ ୬୪ ଉପଚାରରେ ମାଙ୍କର ପୂଜା କରାଯାଇଥାଏ । ମୂଳାଷ୍ଟମୀ ଠାରୁ ମହାନବମୀ ପର୍ଯ୍ୟନ୍ତ ସାତ ବଖରା ବିଶିଷ୍ଟ ଏକ ଅସ୍ଥାୟୀ ଘରେ ରଖି  ମା’ ଙ୍କର ଆରାଧନା କରାଯାଇଥାଏ ।ଏହା ସହ ମୁଖ୍ୟ ମନ୍ଦିରରେ ଘଣ୍ଟ,କାହାଳି ମଧ୍ୟ ନିଷେଧ ହୋଇଛି । ମହାସପ୍ତମୀରେ ସକାଳୁ ଚଣ୍ଡୀ ପାଠ ଠାରୁ ଆରମ୍ଭ କରି ନିଶା ରାତ୍ରିରେ ଆଳତି ସହ ଏହି ପୂଜାର ସମାପନ ହୋଇଥାଏ । ମହାନବମୀ ଠାରୁ ମୁଖ୍ୟ ମନ୍ଦିରରେ ଦେବୀଙ୍କୁ ବିଭିନ୍ନ ବେଶରେ ସୁସଜ୍ଜିତ କରାଯାଇଥାଏ ।

 

Leave A Reply

Your email address will not be published.