ରୀତିନୀତି ଅନୁସାରେ ଭରତପୁର ଥାନାରେ ହେଲା ପୂଜାପାଠ, ନିଯୁକ୍ତି ହେଲେ ନୂଆ ଆଇ.ଆଇ.ସି

ଭୁବନେଶ୍ୱର : ଭରତପୁର ପୋଲିସ୍ ଷ୍ଟେସନ୍ ରେ ରୀତିନୀତି ଅନୁସାରେ ପୂଜାପାଠ ହୋଇଛି ।  ନୂତନ ଭାବେ ଆଇ.ଆଇ.ସି  ଦୀପକ ଖଣ୍ଡାୟତ ରାୟଙ୍କୁ ନିଯୁକ୍ତ କରାଯାଇଛି ବୋଲି ଆଜି ଏକ ରିପୋର୍ଟରେ କୁହାଯାଇଛି ।  ସୂଚନା ଅନୁସାରେ ଭରତପୁର ପୋଲିସ୍ ଷ୍ଟେସନରେ ହୋଇଥିବା ମେଜର ଓ ତାଙ୍କ ବନ୍ଧୁଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହାପରେ ଭରତପୁର ପୋଲିସ୍ ଷ୍ଟେସନରେ ପୂର୍ବତନ ଆଇ.ଆଇ.ସି ଦିନକୃଷ୍ଣ ମିଶ୍ରଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସୂଚନା ଅନୁସାରେ ଆଜି ପୋଲିସ ଷ୍ଟେସନ ରେ ସିସିଟିଭି ଲଗାଯାଉଛି ।

ଓଡ଼ିଶା ହାଇକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି କି ପୀଡିତ କିମ୍ବା ମେଜରଙ୍କ ନାମ କିମ୍ବା ଫୋଟ କୌଣସି ସମ୍ବାଦ ପ୍ଲାଟ ଫର୍ମରେ ବ୍ୟବହାର ହୋଇ ପାରିବ ନାହିଁ । ଏହାକୁ ଉଲଙ୍ଘନ କଲେ ଦୋଷୀକୁ ଦଣ୍ଡ ମିଳିବ। ଏହି ଘଟନାରେ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ କାମ କରୁଛି । ଭରତପୁର ଥାନାର ଆଇ.ଆଇ.ସି  ଦିନ କୃଷ୍ଣ ମିଶ୍ରଙ୍କୁ ନିଲମ୍ୱିତ କରାଯାଇଥିଲା ତାଙ୍କୁ କ୍ରାଇମ୍ ବ୍ରାଞ୍ଚ ଗିରଫ କରିବେ ବୋଲି ସୂଚନା ଦେଇଛନ୍ତି।  ଅନ୍ୟ ପକ୍ଷରେ କ୍ରାଇମ୍ ବ୍ରାଞ୍ଚ ଏହି ଘଟଣାର ପୁଙ୍ଖାନପୁଙ୍ଖ ତଦନ୍ତ କରୁଛି ।

You might also like