ଶ୍ରୀମନ୍ଦିରରେ ନୀତିକାନ୍ତି ବିଳମ୍ବ: ଆଜି ସକାଳେ ହେଲା କାଲିର ନୀତି, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିରରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସହିତ ନୀତି ଅହେତୁକ ବିଳମ୍ବ ହୋଇଛି। ଗତକାଲି ସରସ୍ୱତୀ ପୂଜା ଓ ଚାଚେରୀ ବେଶ ଯୋଗୁଁ ଆଜି ବିଳମ୍ବ ହୋଇଛି ଶ୍ରୀମନ୍ଦିର ନୀତିକାନ୍ତି । ଗତକାଲିର ନୀତି ଆଜି ସମାପନ ହୋଇଛି। ମନ୍ଦିରର ପହୁଡ଼ ଆଜି ସକାଳ ୫ଟା ୫ ମିନିଟ୍‌ରେ ହୋଇଛି। ଅର୍ଥାତ୍‌ ସ୍ୱାଭାବିକ ଦିନରେ ପହୁଡ଼ ରାତିରେ ହୋଇଥାଏ।

ପହୁଡ଼ ବିଳମ୍ବିତ ହେବା ଯୋଗୁ ଆଜିର ଦ୍ୱାରଫିଟା ନୀତି ବି ଡେରିରେ ହୋଇଛି। ମଙ୍ଗଳ ଆଳତି ମଧ୍ୟ ବିଳମ୍ବରେ କରାଯାଇଛି। ସକାଳ ୭ଟାରେ ସିଂହଦ୍ଵାର ଖୋଲିଛି । ଫଳରେ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ବିଳମ୍ବରେ ମଙ୍ଗଳା ଆରତୀ ଦର୍ଶନ ପାଇଁ ଛଡାଯାଇଛି । ଆଜି ବି ଶ୍ରୀଜିଉଙ୍କ ନୀତି ବିଳମ୍ବିତ ହେବା ନେଇ ଆଶଙ୍କା କରାଯାଉଛି। ପ୍ରଶ୍ନ ଉଠୁଛି, ଯଦି ନୀତି ବିଳମ୍ବ ହେଲା ତାହା ହେଲେ କ’ଣ ପାଇଁ ଭୋର ୫ଟାରେ ମହାପ୍ରଭୁଙ୍କ ପହୁଡ଼ ନୀତି କରାଗଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.