କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଓ ବିଭନ୍ନ ଦାବିରେ ଓଡ଼ିଶା ରାଜ୍ୟ ଅସ୍ଥାୟୀ ନିୟନ୍ତ୍ରୀତ ବଜାର କମିଟି କର୍ମଚାରୀ ସଂଘ ପକ୍ଷରୁ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବୈଠକ

ଭୁବନେଶ୍ୱର : ନିୟନ୍ତ୍ରୀତ ବଜାର କମିଟି ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା ସହ ବିଭିନ୍ନ ଦାବି ନେଇ ରବିବାର ଭୁବନେଶ୍ୱରରେ ସଂଘ ପକ୍ଷରୁ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ରାଜ୍ୟ ସଭାପତି ପରମେଶ୍ୱର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅସ୍ଥାୟୀ କର୍ମଚାରୀଙ୍କର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରାଯିବା ସହ ଅସ୍ଥାୟୀ କର୍ମଚାରୀଙ୍କୁ ତୁରନ୍ତ ସ୍ଥାୟୀ କରିବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସଭାପତି ଶ୍ରୀ ଦାଶ ସଂଘର ଦାବିଗୁଡିକ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସରକାର ବିଚାର ନକଲେ ଆଗାମୀ ଦିନରେ ସଂଘ ଉଚିତ୍‌ ପଦକ୍ଷେପ ନେବ ବୋଲି କହିଥିଲେ ।

ସରକାର ଅନ୍ୟ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିଥିବା ବେଳେ ବିଶେଷକରି ଡିଏଲଆର୍‌, ଏନଏମଆର୍‌ ଏବଂ କଣ୍ଟ୍ରାକ୍ଟଚୁଆଲ ଭାବେ ରାଜ୍ୟର ବିଭିନ୍ନ ଆରଏମସିରେ କାର୍ଯ୍ୟରତ କର୍ମଚାରୀଙ୍କ ସ୍ଥାୟୀ କରିବା, ନିୟନ୍ତ୍ରୀତ ବଜାର କମିଟିଗୁଡିକୁ କ୍ୟାଡରଭୁକ୍ତ କରି ଆରଏମସିରୁ ଆଦାୟ ହୋଇଥିବା ଅର୍ଥକୁ ସରକାର ନିଜ ପାଖକୁ ନେଇ ଏ,ବି,ସି କାଟାଗୋରୀକୁ ଉଚ୍ଛେଦ କରି ସମାନ କାମକୁ ସମାନ ଦରମା ଦେବା, ଆରଏମସିରୁ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଓ ସିଜିନାଲ କର୍ମଚାରୀଙ୍କୁ ପୂର୍ବ ପଦବୀରେ ନିଯୁକ୍ତି ଆଦି ଦାବି ହୋଇଥିଲା ।

ଉକ୍ତ ବୈଠକରେ ଆଶିଷ କୁମାର ନନ୍ଦ, ପ୍ରମୋଦ କୁମାର ସାମଲ, ଅରୁଣ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଉପରୋକ୍ତ ଦାବି ସମ୍ପର୍କରେ ସରକାର ସହୃଦୟତାର ସହ ବିଚାର କରିବାକୁ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଯ୍ୟକାରୀ ସଭାପତି ନବକିଶୋର ସାହୁ ଓ ସମ୍ପାଦକ ଅରୂପା ନନ୍ଦ ସ୍ୱାଇଁ ଯୋଗ ଦେଇ, ସରକାର ଯଦି ତୁରନ୍ତ ସଂଘର ଦାବିଗୁଡିକୁ ପୁରଣ ନକରନ୍ତି ସଂଘ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.