ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା, ବୋଲେରୋକୁ ଧକ୍କା ଦେଲା ପିଆଜ ବୋଝେଇ ଟ୍ରକ, ୪ ଯାତ୍ରୀ ଗୁରୁତର

ମୟୂରରଭଞ୍ଜ (କେନ୍ୟୁଜ): ଜାତୀୟ ରାଜପଥ ୪୯ ଦ୍ୱାରଶୁଣୀ ଘାଟି ରେ ଦୁର୍ଘଟଣା। ମୟୂରରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ୪୯ ନମ୍ବର ଜାତୀୟ ରାଜପଥ ଦ୍ୱାରଶୁଣୀ ଘାଟିରେ ପୁଣି ଦୁର୍ଘଟଣା ଘଟିଛି । ବୋଲେରୋକୁ ପିଟିଲା ପିଆଜ ବୋଝେଇ ଟ୍ରକ । ଯାହାଫଳରେ ୪ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଏକ ପିଆଜ ବୋଝେଇ ଗାଡି ନାସିକରୁ କଲିକତା ଅଭିମୁଖେ ଯାଉଥିଲା । ଘାଟି ରାସ୍ତାରେ ପିଆଜ ବୋଝେଇ ଗାଡି ତଳକୁ ଆସୁଥିଲା । ଠିକ୍‌ ଏହି ସମୟରେ ଗାଡି ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ବୋଲେରୋକୁ ପିଟିଥିଲା । ଯାହାଫଳରେ ବୋଲେରୋରେ ଥିବା ୪ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ବାରିପଦା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ଗାଡି ଗୁଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ରାସ୍ତା ସମ୍ପ୍ରସାରଣ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନେଉ ନଥିବାରୁ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି ବିକ୍ଷୋଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.