ପଳାଶୁଣି ଛକରେ ଦୁର୍ଘଟଣା, ମହିଳା ଗୁରୁତର

ଭୁବନେଶ୍ୱର : ନୂଆବର୍ଷରେ ଅଘଟଣ । ପଳାଶୁଣି ଛକରେ ଦୁର୍ଘଟଣାରେ ମହିଳା ଗୁରୁତର ହୋଇଛନ୍ତି । ବାଇକ୍‌କୁ ଧକ୍କା ଦେଲେ ଏକ ଘରୋଇ ବସ। ଏହି ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ବୁଧବାର ଦିନ ପ୍ରାୟ ୧୧ଟା ବେଳେ କଟକରୁ ମହିଳା ଜଣଙ୍କ ଓଲା ବାଇକ୍ ଯୋଗେ ସହିଦ ନଗର ଆସୁଥିଲେ । ପଳାଶୁଣି ଛକ ନିକଟରେ ଏକ ଘରୋଇ ବସ୍ ଧକ୍କା ଦେଇଥିଲା । ଦୁର୍ଘଟଣା ହେବା ଫଳ‌ରେ ବାଇକ୍ ଆରୋହୀ ଜଣଙ୍କ ତଳେ ପଡିଯାଇଥିଲେ । ମହିଳା ଜଣକ ବାଇକ୍‌ରୁ ଖସିପଡିବାରୁ ତାଙ୍କ ମୁଣ୍ଡ ଡାହାଣ କାନ ମାଡ଼ ହେବାରୁ ଗୁରୁତର ହୋଇଛନ୍ତି । ସ୍ଥାନୀୟଲୋକ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ମେଡିକାଲ ପଠାଇଥିବା ଜଣାପଡିଛି । ଘଟଣାସ୍ଥଳରେ ମଞ୍ଚେଶ୍ବର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।