ସଡକ ଦୁର୍ଘଟଣାରେ ଜାତୀୟ ସାହାସିକତା ପୁରସ୍କାର ବିଜେତା ସିତୁ ମଲ୍ଲିକଙ୍କ ମୃତ୍ୟୁ

କେନ୍ଦ୍ରାପଡା(କେନ୍ୟୁଜ୍): ସଡକ ଦୁର୍ଘଟଣାରେ ଜାତୀୟ ସାହାସିକତା ପୁରସ୍କାର ବିଜେତା ସିତୁ ମଲ୍ଲିକଙ୍କ ମୃତ୍ୟୁ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଜଳି ଛକରେ ୧୫ ବର୍ଷର ସିତୁ ଏବଂ ତାଙ୍କ ସଂପର୍କୀୟ ଦୁର୍ଯ୍ୟଧନ ମଲ୍ଲିକଙ୍କ ଦେହାନ୍ତ ହୋଇଛି । ସିତୁ ତାଙ୍କ ସଂପର୍କୀୟଙ୍କ ସହ ମୋଟର ସାଇକେଲରେ ଯାଉଥିବା ବେଳେ ହାଇଓ୍ଵା ଧକ୍କା ଦେଇଥିଲା । ହାଇଓ୍ଵା ତଳେ ଚାପି ହୋଇ ଘଟଣାରେ ସ୍ଥଳରେ ଉଭୟ ପ୍ରାଣ ହରାଇଥିଲେ । ସେହିପରି ନିକଟରେ ଠିଆ ହୋଇଥିବା ୩ ଜଣ ଯୁବକ ଗୁୁୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ କେନ୍ଦ୍ରପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଦମକଳ ବାହିନୀର କର୍ମଚାରୀ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଛନ୍ତି । ସେପଟେ ସିତୁ ମଲ୍ଲିକଙ୍କ ନିଧନରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଗତବର୍ଷ କଣ୍ଡିରା ଗାଁର ସିତୁ ମଲ୍ଲିକ ପୋଖରୀରେ କୁମ୍ଭୀର କବଳରୁ ନିଜ ସଂପର୍କୀୟଙ୍କୁ ଉଦ୍ଧାର କରିଥିଲେ । ଏଥିପାଇଁ ତାଙ୍କୁ ଜାତୀୟ ସାହାସିକତା ପୁରସ୍କାର ଦିଆଯାଇଥିଲା ।