କାଳୀପୂଜା ସାରି ଫେରିବା ବାଟରେ ଅଘଟଣ : ହାଇଓ୍ୱା ଧକ୍କାରେ ବାପା ମୃତ, ପୁଅ ଗୁରୁତର

କେନ୍ଦୁଝର(କେନ୍ଯୁଜ୍) : ଦୁର୍ଘଟଣାରେ ବାପା ମୃତ, ପୁଅ ଗୁରୁତର। କାଳୀପୂଜା ସାରି ପେରିବାବେଳେ ବାଇକ୍କୁ ଧକ୍କା ଦେଲା ହାଇୱା। କେନ୍ଦୁଝର ଜିଲ୍ଲା ଯୋଡା ଥାନା ବିଲେଇପଦା ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ଶରତ ଚନ୍ଦ୍ର ସାହୁ। ଆହତ ପୁଅ ସୁବ୍ରତ ଦାସଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଏମାନେ ଦୁଇ ଜଣ କାଲୀପୂଜା ସାରି ଫେରୁଥିବାବେଳେ ସାମ୍ନାପଟୁ ହାଇୱା ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି।