ବାଲି ବୋଝେଇ ହାଇୱା ଧକ୍କା:  ମାନସିକ ବିକୃତ ମହିଳାଙ୍କ ମୃତ୍ୟୁ

ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନୀଳାଦ୍ରିପ୍ରସାଦ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ମାନସିକ ବିକୃତ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଟାଙ୍ଗୀ (କେନ୍ୟୁଜ):  ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନୀଳାଦ୍ରିପ୍ରସାଦ ଗ୍ରାମରେ ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ମାନସିକ ବିକୃତ ମହିଳାଙ୍କ ମୃତ୍ୟୁ ହୋଇଛି।

ଆଜି ସକାଳୁ ବାଲି ବୋଝେଇ ଏକ ହାଇୱା ନୀଳାଦ୍ରିପ୍ରସାଦ ମେଡିକାଲ ପରିସରରେ ବାଲି ଖାଲି କରି ଫେରିବା ବେଳେ ମାନସିକ ବିକୃତ ମହିଳାଙ୍କୁ ଧକ୍କା ଦେଇଥିଲା। ଫଳରେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ ବୋଲି ଜଣାପଡ଼ିଛି। କିଛି ଦିନ ହେବ ସେ ଏଠାରେ ରହିଆସୁଥିଲା। ସେ ବଙ୍ଗଳାରେ କଥା ହୁଅନ୍ତି ବୋଲି ସ୍ଥାନୀୟ ଲୋକ କହୁଛନ୍ତି। ତେବେ ହାଇୱାଟି ମହିଳାଙ୍କୁ ଧକ୍କା ଦେଇ ଫେରାର ହେଉଥିବା ବେଳେ ଗାଡ଼ି ମାଲିକଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି। ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like