ମାଲବୋଝେଇ ଟ୍ରକ୍-ସ୍କୁଟି ମୁହାଁମୁହିଁ ଧକ୍କା, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା

ବରଗଡ଼(କେନ୍ୟୁଜ୍): ଦୁର୍ଘଟଣା ପରେ ଉତ୍ତେଜନା। ବରଗଡ଼ ଜିଲ୍ଲା ବିଜେପୁର ଗଞ୍ଜେଇଭାଟି ଛକରେ ଦୁର୍ଘଟଣା। ମାଲବୋଝେଇ ଟ୍ରକ -ସ୍କୁଟି ମୁହାଁମୁହିଁ ଧକ୍କା । ସ୍କୁଟି ଚଳାଉଥିବା ଝିଅ ଗୁରୁତର । ଆଜି ସକାଳେ ପଦ୍ମପୁର ପଟୁ ଏକ ୧୬ ଚକିଆ ମାଲବୋଝେଇ ଟ୍ରକ ଆସୁଥିବାବେଳେ ଗଞ୍ଜେଇଭାଟି ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ସ୍କୁଟି ଚାଳକଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଗୁରୁତର ଅବସ୍ଥାରେ ବରଗଡ ଖେଦାପାଲି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଭିମସାର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକେ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Leave A Reply

Your email address will not be published.