ମୟୂରଭଞ୍ଜ : ବାଙ୍ଗିରିପୋଷି କଳାବାଡିଆ ଛକରେ ସଡ଼କ ଦୁର୍ଘଟଣା, ୨ ବାଇକ୍ ଆରୋହୀ ମୃତ

ମୟୂରଭଞ୍ଜ (କେନ୍ୟୁଜ୍) : ବାଙ୍ଗିରିପୋଷି କଳାବାଡିଆ ଛକରେ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଝାରପୋଖରିଆ ସାରସକଣା ଗାଁର ଦୀପକ କୁମାର ସେଠୀ ଓ ପ୍ରମୋଦ କୁମାର ସାହୁ । ଏମାନେ ଏକ ବାଇକରେ ବାରିପଦା ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଜଣଙ୍କୁ ମେଡିକାଲ ନେଇଥିଲା । ହେଲେ ମେଡିକାଲ ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଛି ।