କ୍ଷତିପୂରଣ ଦାବିରେ ରାସ୍ତାରୋକ, ୧୨ ଘଣ୍ଟାରୁ ଅଧିକ ସମୟ ଧରି ପଡିରହିଛି ମୃତଦେହ

ସୁନ୍ଦରଗଡ଼: ଦୁର୍ଘଟଣା ପରେ ଶବ ରଖି ରାସ୍ତାରୋକ ।  ୧୨ ଘଣ୍ଟାରୁ ଅଧିକ ସମୟ ଧରି ପଡିରହିଛି ମୃତଦେହ ।  ସୁନ୍ଦରଗଡ଼ ଜିଲ୍ଲା ଧୁରୁଆଡିହି ଥାନା ଚମ୍ପାପଡ଼ା ରାସ୍ତାରେ ପଡିରହିଛି ମୃତଦେହ ।  ମୃତକଙ୍କ ନାମ ସନ୍ତୋଷ ସୁନ୍ୟାନି ।  ତେବ ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ପରିବାର ଓ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଜାରି ରହିଛି ।

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଚମ୍ପାପଡ଼ା କଂକ୍ରିଟ ରାସ୍ତା କାମ ଚାଲିଥିବାବେଳେ ମିଲର ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଥିଲା ।  ମୃତ୍ୟୁ ପରେ ପରିବାର ଲୋକଙ୍କ ପକ୍ଷରୁ ଅସନ୍ତୋଷ ଦେଖାଇଥିଲେ ।  ଏପିରିକି କ୍ଷତିପୂରଣ ଦାବିରେ ପରିବାର ଲୋକ ରାସ୍ତାରୋକ କରିଛନ୍ତି ।  ୧୨ ଘଣ୍ଟାରୁ ଅଧିକ ସହ ହେବ ଧୁରୁଆଡ଼ିହି ଥାନା ଚମ୍ପାପଡ଼ା ରାସ୍ତାରେ ଆନ୍ଦୋଳନ ଜାରି ରହିଛି ।  ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like