ଲଗାଣ ବର୍ଷା ଯୋଗୁ ପାହାଡରୁ ଖସିଲା ମାଟି ଅତଡ଼ା, ଗମନାଗମନ ଠପ୍

ଲକ୍ଷ୍ମୀପୁର : ପାହାଡରୁ ଖସିଲା ମାଟି ଅତଡ଼ା । ଗମନାଗମନ ଠପ୍ । ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ବିଜାଘାଟି ରାସ୍ତାକଡ଼ରେ ଥିବା ପାହାଡରୁ ଅତଡ଼ା ଖସି ପଡ଼ିଛି । ରାସ୍ତାରେ ବଡ଼ ବଡ଼ ପଥର ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଲୋକମାନେ ଯିବା ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । । ଗତକାଲି ରାତିରୁ ପାହାଡରୁମାଟି ଅତଡ଼ା ଧସି ରାସ୍ତା ଅବରୋଧ ହୋଇଛି।ଆଜି ସକାଳେ ଜିଲ୍ଲା ପ୍ରଶାସନର କର୍ମଚାରୀ ପହଞ୍ଚି ମାଟି ଅତଡ଼ାକୁ ସଫା କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।

ପୂର୍ବରୁ ଅନେକ ଥର ଏହି ଅଞ୍ଚଳରେ ଭୂସ୍ଖଳନ ହୋଇଥିବାର ମଧ୍ୟ ନଜିର ରହିଛି ।  ତେବେ ଏହି ଅଞ୍ଚଳରେ ଏପରି ବାରମ୍ବାର ଭୂସ୍ଖଳନ ଓ ପାହାଡରୁ ଅତଡ଼ା ଖସୁଥିବାରୁ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି  ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

You might also like