ମୃତଦେହ ରଖି ୧୪ ଘଣ୍ଟା ଧରି ରାସ୍ତା ଅବରୋଧ: ଅଟକି ରହିଛି ଶହଶହ ସଂଖ୍ୟାରେ ଗାଡ଼ି, ପର୍ଯ୍ୟଟକ ହନ୍ତସନ୍ତ

ମୟୂରଭଞ୍ଜ : ମୃତଦେହ ରଖି ୧୪ ଘଣ୍ଟା ଧରି ରାସ୍ତା ଅବରୋଧ । ମୟୂରଭଞ୍ଜ ଜିଲ୍ଲା ରରୁଆ ଥାନା ଅନ୍ତର୍ଗତ ରାଉତାଲିପାଟ ପୋଲ ନିକଟରେ ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଉତ୍ତେଜନା । ଗତକାଲି ସନ୍ଧ୍ୟାରେ ବାଇକ ଦୁର୍ଘଟଣାରେ ପାଣ୍ଡରଶିଳ ଗାଁର ଜଣଙ୍କ ମୃତ୍ୟୁ ହେଇଥିଲା । ଏହାପରେ ବିଭିନ୍ନ ଦାବି ନେଇ ଖିଚିଂ କରଞ୍ଜିଆ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଜନସାଧାରଣ । ଘଟଣାସ୍ଥଳରେ ରରୁଆ ଥାନା ପୋଲିସ ,ସୁକୃଲି ବିଡିଓ ସୁକୃଲି ତହସିଲଦାର କରଞ୍ଜିଆ ITDA PA ,କରଞ୍ଜିଆ SDPO ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଛନ୍ତି । ହେଲେ ଉତ୍ତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧରୁ ହଟିନାହାନ୍ତି । ଅବରୋଧ ଯୋଗୁଁ ରାସ୍ତାରେ ଗାଡ଼ି ଅଟକି ରହିଛି । ଏଥିପାଇଁ ପର୍ଯ୍ୟଟକ ଓ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଆହୁରି ପଢ଼ନ୍ତୁ : ୨ ଫେରାର ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର, ହସ୍ପିଟାଲରେ ଭର୍ତ୍ତି