ଅସହ୍ୟ ତାତି ସାଙ୍ଗକୁ ଜଳକଷ୍ଟ; ତାତିଲେ ମହିଳା, ହାଣ୍ଡି ମାଠିଆ ଧରି କଲେ ରାଜପଥ‌ ଅବରୋଧ

କୋରାପୁଟ (କେନ୍ୟୁଜ): ଅସହ୍ୟ ତାତି ସାଙ୍ଗକୁ ଜଳକଷ୍ଟ । ଗ୍ରୀଷ୍ମ ପ୍ରବାହ ବୃଦ୍ଧିପାଉଥିବାବେଳେ ପିଇବାପାଣି ସଙ୍କଟ । ଗ୍ରୀଷ୍ମର ଦାଉ ସାଙ୍ଗକୁ ପାନୀୟ ଜଳ ନ ମିଳିବାରୁ ଲୋକଙ୍କ କଷ୍ଟକୁ ଦ୍ବିଗୁଣିତ କରିଛି। ହାଣ୍ଡି, ମାଠିଆ ଧରି ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ । କୋରାପୁଟ ଦଶମନ୍ତପୁର ସଦର ମହକୁମାରେ ରାସ୍ତା ଅବରୋଧ କରିଛନ୍ତି ଶତାଧିକ ମହିଳା ଓ ପୁରୁଷ । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଦଶମନ୍ତପୁରରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ପାଣି ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ଗ୍ରାମବାସୀଙ୍କୁ ପାଣି ମିଳୁନି। ଦିର୍ଘ ଦିନ ଧରି ପାଣି ସମସ୍ୟା ଲାଗି ରହିଥିବାରୁ ଲୋକଙ୍କ ମନରେ ଦେଖାଦେଇଛି ଅସନ୍ତୋଷ। ତେଣୁ ଦଶମନ୍ତପୁର ଠାରୁ କୋରାପୁଟ ସଂଯୋଗ କରୁଥିବା ରାଜପଥ ସହ ସମସ୍ତ ଦୋକାନ ବଜାର ବନ୍ଦ କରିଛନ୍ତି । ଏଥିସହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦଶମନ୍ତପୁର ବନ୍ଦ ଡାକରା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.