ଶୁଣିଲାନି ପ୍ରଶାସନ : ନିଜେ ରାସ୍ତା କରୁଛନ୍ତି ଜୟପୁର ଏକମ୍ବା ଗାଁ ଲୋକେ

ଜୟପୁର : ରାସ୍ତା ଏତେ ଖରାପ ଯେ ଏଥିରେ ଯାଆସ କରି ହେଉନି। ବର୍ଷା ଅସରାଏ ହେଲେ ଯିବା ଆସିବା କରିବା ମୁସକିଲ୍ ହୋଇପଡେ। ରାସ୍ତା ତିଆରି ପାଇଁ ସରକାରଙ୍କୁ ଗୁହାରି କରି ନିରାଶ ହେବା ପରେ ନିଜେ କାମରେ ଲାଗିପଡ଼ିଛନ୍ତି କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡ ଏକମ୍ବା ଗାଁର ଲୋକେ। ନିଜ ହାତରେ ତିଆରି କରୁଛନ୍ତି ଗାଁ ରାସ୍ତା। ପିଲାଠୁ ବୁଢ଼ା ଯାଏ ସମସ୍ତେ ମିଶି ଶ୍ରମଦାନ କରୁଛନ୍ତି। ଗ୍ରାମବାସୀଙ୍କ ଏହି ପ୍ରୟାସକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ତେବେ ପ୍ରଶ୍ନ ହେଉଛି, ପ୍ରଶାସନ କାନରେ ଏକଥା ପଡ଼ିଲାଣି ନା ନାହିଁ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.