ରାସ୍ତା ପାଲଟିଛି ମରଣଯନ୍ତା, ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ

କଣ୍ଟାମାଳ: ରାସ୍ତା ପାଲଟିଛି ମରଣଯନ୍ତା । ଫଳରେ ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି ବଘିଆ ବାହାଲ ଝିକେରପାଲି ଆର ଡି ବିଭାଗ ରାସ୍ତା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତ ବଘିଆ ବାହାଲ ଡାକଘର ଛକ ୪୧ ନମ୍ବର ରାଜ୍ୟ ରାଜପଥରୁ ଝିଙ୍କରପାଲି ଗ୍ରାମକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ଅବସ୍ଥା ଶୋଚନୀୟ ହୋଇ ହାଇପଡ଼ିଛି ।
୨୦୧୭ରେ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ଏହି ୩ କିଲୋମିଟର ୯ ଶହ ମିଟର ରାସ୍ତା ନିର୍ମାଣ କରାଯାଇଥିଲା । ବଘିଆବାହାଲ ଗାଁ ରାସ୍ତାଠାରୁ ଝିଙ୍କରପାଲି ଗାଁ ପର୍ଯ୍ୟନ୍ତ ପ୍ରାୟ ଅଧିକାଂଶ ସ୍ଥାନରୁ ପିଚୁ ଉଠିଯିବା ପରେ ରାସ୍ତାରେ ଦିଆଯାଇଥିବା ମେଟାଲ, ଚିପ୍ସ ଉଠି ରାସ୍ତା ଉପରେ ଗଦା ହୋଇ ରହୁଛି । ଏହା ଫଳରେ ବିଭିନ୍ନ ସମଯରେ ରାସ୍ତା ଉପରେ ମୋଟର ସାଇକେଲ, ସାଇକେ ଆଦି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟୁଛି।
ଏ ବିଷୟରେ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଉ ନଥିବାରୁ ରାସ୍ତା ଉପରେ ନିର୍ଭରଶୀଳ ଜନ ନସାଧାରଣଙ୍କ ରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହି ରାସ୍ତାକୁ ମରାମତି କରିବାକୁ ଦାବି କରୁଛନ୍ତି ସ୍ଥାନୀୟ ଲୋକେ ।ତେବେ ଏ ସମ୍ପର୍କ ରେ ଆର ଡି ବିଭାଗର କୌଣସି ପ୍ରତିକ୍ରିୟା ମିଳିନାହିଁ ।