କଟକ: ମରଣ ଯନ୍ତା ପାଲଟିଛି ସୁନ୍ଦରପୁର ଅଞ୍ଚଳର ରାସ୍ତା
![road problem](https://knewsodisha.com/wp-content/uploads/2019/08/road-problem.jpg)
କଟକ(କେନ୍ୟୁଜ୍): ମରଣ ଯନ୍ତା ପାଲଟିଛି କଟକ ଜିଲ୍ଲା କଣ୍ଟାପଡା ବ୍ଲକ ପାଟ ସୁନ୍ଦରପୁର ଅଞ୍ଚଳର ରାସ୍ତା । ରାସ୍ତା ମଝିରେ ସୃଷ୍ଟି ହୋଇଛି ବଡ଼ବଡ଼ ଗାତ । ଗତ ୩ବର୍ଷ ତଳେ ଡ୍ରେନେଜ ବିଭାଗ ପକ୍ଷରୁ ଲକ୍ଷଲକ୍ଷ ଟଙ୍କା ବିନିମୟରେ ଓଭରବ୍ରିଜ୍ ନିର୍ମାଣ କରାଯାଇଥିଲା । ହେଲେ ବ୍ରିଜକୁ ସଂଯୋଗ କରୁଥିବା ରାସ୍ତା ମରାମତି କରାଯାଇ ନଥିବାରୁ ଯାତାୟାତରେ ଅସୁବିଧା ଭୋଗୁଛନ୍ତି ଲୋକେ । ମରାମତି ପାଇଁ ବାରମ୍ବାର ଅଭିଯୋଗ କରାଯାଇଛି। ହେଲେ କେହି ଶୁଣୁ ନଥିବା କହିଛନ୍ତି ସ୍ଥାନୀୟ ଲୋକ।