ବାଲେଶ୍ୱର : ରୋଡ୍ ରୋମିଓଙ୍କୁ ନିସ୍ତୁକ ମାଡ଼, ଗଛରେ ବାନ୍ଧି ନିର୍ଦ୍ଧୁମ୍ ଛେଚିଲେ ଲୋକେ
ବାଲେଶ୍ୱର (କେନ୍ୟୁଜ୍) : ରୋଡ୍ ରୋମିଓଙ୍କୁ ନିସ୍ତୁକ ମାଡ଼ । ଗଛରେ ବାନ୍ଧି ନିର୍ଦ୍ଧୁମ୍ ଛେଚିଲେ ଲୋକେ । ବାରମ୍ବାର ଏମିତି ଘଟଣାର ଅଭିଯୋଗ ସାମ୍ନାକୁ ଆସୁଛି। ଏବେ ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜଳେଶ୍ୱର ଥାନା ଗୋପ ଗାଁରେ । ରାସ୍ତାରେ ଯାଉଥିବା କଲେଜ ଛାତ୍ରୀ ଓ ମହିଳାଙ୍କୁ ଯୁବକ ଜଣକ ଅଶ୍ଳୀଳ ଇଙ୍ଗିତ କରିବା ସହ ଅଶୋଭନୀୟ ଆଚରଣ ଦେଖାଉଥିଲେ । କିଛି ଲୋକ ସଂପୃକ୍ତ ଯୁବକଙ୍କୁ କାବୁ କରିବା ସହ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ସଂପୃକ୍ତ ଯୁବକଙ୍କ ଘର ପଞ୍ଚୁଘଣ୍ଟା ଗାଁର ତାଙ୍କ ନାମ ସହିଲ ଖାନ୍ ବୋଲି ଜଣାପଡିଛି।