କଟକ : ବଡ଼ ଅଘଟଣରୁ ବର୍ତ୍ତିଲେ ପଥଚାରୀ । କଟକର ନୂଆପଡ଼ା ଅଞ୍ଚଳରେ ପାଣି ପାଇପ ଫାଟି ଦବିଲା ରାସ୍ତା । ଏହି ରାସ୍ତାଟି ନୂଆପଡ଼ାରୁ ଲିଙ୍କ ରୋଡକୁ ସଂଯୋଗ କରୁଛି । ବର୍ତ୍ତମାନ ଏହି ରାସ୍ତା ଦେଇ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଦୁଇପଟେ ରାସ୍ତା ବ୍ଲକ କରାଯାଇ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ବର୍ତ୍ତମାନ ଦୁଇପଟେ ରାସ୍ତା ବ୍ଲକ ହୋଇ ମରାମତି ଆରମ୍ଭ ହୋଇଛି । ଘଟଣା ସ୍ଥଳରେ କଟକ ମେୟର ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି।
ସୂଚନା ଯୋଗ୍ୟ ଜୁଲାଇ ୮ରେ ଭୁବନେଶ୍ୱର ଆଇଗିଣିଆ ଜାତୀୟ ରାଜପଥ ଫ୍ଲାଏଓଭର ରାସ୍ତା ମଧ୍ୟ ଦବି ଯାଇଥିଲା । ରାସ୍ତାର ଅବସ୍ଥା ବିପଦ ସଂକୁଳ ଅବସ୍ଥାରେ ଥିବାବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଦବି ଯାଇଥିବା ସ୍ଥାନରେ ଏକ ମିନି ଟ୍ରକ ମଧ୍ୟ ପଡ଼ି ଯାଇଥିବା ଦେଖିବାକୁ ମିଳିଥିଲା । ୬ମାସ ତଳେ ସର୍ବସାଧାରଣ ଯାତାୟତ ପାଇଁ ଜାତୀୟ ରାଜପଥରେ ଏହି ଫ୍ଲାଏଓଭର ରାସ୍ତାଟି ଖୋଲିଥିଲା ।