ରାଜ୍ୟ

ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରୁଥିବା ବୈତରଣୀ ନଦୀର ପୋଲ ଉପରେ ବନ୍ୟାଜଳ ଆସିବାପରେ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ, ଉଭୟ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡି

କରଞ୍ଜିଆ : ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରୁଛି ବୈତରଣୀ ନଦୀ ।  ବୈତରଣୀ ନଦୀର ପୋଲ ଉପରେ ବନ୍ୟାଜଳ ଯିବା ପରେ  ସ୍ଥିତି ଗମ୍ଭୀର । ଏମିତି ପରିସ୍ଥିତି ସୃଷ୍ଟି ହୋଇଛି କେନ୍ଦୁଝରର ତୁରୁମୁଙ୍ଗା ବୈତରଣୀ ପୋଲରେ ଗତ ତିନି ଦିନ ହେଲା ୪୯ ନମ୍ବର ଜାତୀୟ ରାଜପଥ ଉଭୟ ପାର୍ଶ୍ଵରେ ହଜାର ହଜାର ଗାଡି ମୋଟର ଅଟକି ରହିଛି । ବୈତରଣୀ ପୋଲ ଉପରେ ଚାରି/ ପାଞ୍ଚ ଫୁଟ ଉଚ୍ଚର ପାଣି  ପ୍ରବାହ ହୋଇଥିବା ଯୋଗୁଁ ପୋଲ ଉପରେ ବହୁ ଜାଗାରେ ବଡ ବଡ ଖାତ ସୃଷ୍ଟି ହୋଇଛି । ଏବେ ଜଳସ୍ତର କମିବାରୁ ପୋଲ ତଳେ ପାଣି ଚାଲୁଛି ।

ସେହିପରି ବୈତରଣୀ ନଦୀର ଏକ ନଈର ଛୋଟ ପୋଲ ରେ ପାଣି ଆସିବା ଯୋଗୁଁ ରାସ୍ତା ସମ୍ପୂର୍ଣ୍ଣ  ଧୋଇ ଯାଇଛି ଯାହା ଫଳରେ ୪୯ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହଇ ଯାଇଛି । ବର୍ଷା ସଂପୂର୍ଣ୍ଣ ଛାଡ଼ି ଯାଇଥିବା ବେଳେ  ଏଇ ତିନି ଦିନର ଲଗାଣ ବର୍ଷାରେ ଏବେ ବୈତରଣୀ ନଦୀର ଜଳସ୍ତର ଏବେ କମୁଥିଲେ ମଧ୍ୟ ଛୋଟ ନଈର ପୋଲ ଭାଙ୍ଗିବା ପରେ ଯାତାୟାତ ସଂପୁର୍ଣ୍ଣ ଠପ ହୋଇଯାଇଛି । ତେବେ ବର୍ତ୍ତମାନ ସ୍ଥାନୀୟ ପ୍ରଶାସନ ପକ୍ଷରୁ କିପରି ୪୯ ନମ୍ବର ଜାତୀୟ ରାପଥ ତୁରୁମୁଙ୍ଗା ବୈତରଣୀ ନଦୀପୋଲ ଉପର ଗାଡି ମଟର ଚଳାଚଳ ସ୍ବାଭାବିକ ହବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି।

ତେବେ ବିପଦ ସଂକୁଳ ଅବସ୍ଥାରେ ପୋଲଟି ଥିବାରୁ ସ୍ଥାନୀୟ ପ୍ରଶାସନ ପାଇଁ ଚାଲେଞ୍ଜ ପାଲଟିଛି । କୋଲକତା ମୁମ୍ବାଇକୁ ସଂଯୋଗ କରୁଥିବା ଏହି ୪୯ ଜାତୀୟ ରାଜପଥର  ଉଭୟ ମୟୁରଭଞ୍ଜ କରଞ୍ଜିଆ ଏବଂ କେନ୍ଦୁଝର ପଟୁ ରାସ୍ତାର ଦୁଇ ପାଖରେ ଶହ ଶହ ଟ୍ରକ ଅଟକିଛି । କରଞ୍ଜିଆ ଉପଜିଲ୍ଲାପାଳ ଏବଂ ସ୍ଥାନୀୟ ପୋଲିସ ସ୍ଥିତି ପରଖି ଥିବା ବେଳେ ଯାତାୟାତ ସ୍ଵାଭାବିକ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

40 mins ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

3 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

4 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

4 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

4 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

6 hours ago