ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଧାନ ବସ୍ତା ରଖି ରାସ୍ତା ଅବରୋଧ

କଣ୍ଟାମାଳ(କେନ୍ଯୁଜ୍): ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ରାସ୍ତା ଅବରୋଧ । ୫୭ ନମ୍ବର ଜାତୀୟ ରାଜପଥର ଯମଟାଙ୍ଗି ଛକ ନିକଟରେ ଧାନ ବସ୍ତା ରଖି ଅବରୋଧ କରିଛନ୍ତି ଚାଷୀ । ଅଭିଯୋଗ ଅନୁଯାୟୀ, ଦୀର୍ଘ ୨୦ ଦିନ ହେଲା ଚାଷୀ ମନୁପାଲି ସେବା ସମିତିରେ ଧାନ ରଖିଛନ୍ତି । ହେଲେ ଏପର୍ଯ୍ୟନ୍ତ ତାଙ୍କ ଧାନ ଉଠିନାହିଁ । ଫଳରେ ଶୀତ କାକରରେ ପଡି ଖୋଲା ଆକାଶ ତଳେ ଧାନ ଜଗୁଛନ୍ତି ଚାଷୀ।

ମିଲର୍‌ଙ୍କ ମନମାନି ଯୋଗୁ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏହା ପ୍ରତିବାଦରେ ଆଜି ରାସ୍ତାରୋକ ହୋଇଛି। ଘଟଣାସ୍ଥଳକୁ କୌଣସି ସରକାରୀ କର୍ମଚାରୀ ଆସିନାହାନ୍ତି । ରାସ୍ତାରୋକ ଯୋଗୁ ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମୋଟର ଅଟକି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.