ପାଣି ପାଇଁ ଦଶ ଦିନ ହେଲା ହନ୍ତସନ୍ତ: ହାଣ୍ଡି ମାଠିଆ ରଖି ରାସ୍ତା ଅବରୋଧ କଲେ ଲୋକ

ବ୍ରହ୍ମପୁର(କେନ୍ୟୁଜ): ପାଣି ପାଇଁ ରାସ୍ତାରୋକ । ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ ସାହସପୁର ହାଟପଦାରେ ହାଣ୍ଡି ମାଠିଆ ରଖି ରାସ୍ତା ଅବରୋଧ କଲେ ଲୋକ । ଦଶ ଦିନ ହେଲା ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଏନେଇ ଲୋକ ବିଡ଼ିଓ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀଙ୍କୁ ଜଣାଇଲେ ସୁଦ୍ଧା କୌଣସି ସୁଫଳ ମିଳୁନି।

ରାସ୍ତା ଅବରୋଧ ଫଳରେ ଦିଗପହଣ୍ଡିରୁ ଶେରଗଡ଼ ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଉଭୟ ପାର୍ଶ୍ୱରେ ଶତାଧିକ ବାଇକ ଓ ଗାଡି ଅଟକି ରହିଥିଲା। ତେବେ ରାସ୍ତା ରୋକ ଖବର ପାଇ ପାଟପୁର ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ପ୍ରତ୍ୟାହାର ହୋଇଛି। ସମସ୍ୟା ସମାଧାନ ନ ହେଲେ ପୁଣି ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.