ରାଉରକେଲା ବହୁ ପ୍ରତୀକ୍ଷିତ ବନ୍ଧମୁଣ୍ଡା କୁକୁଡ଼ାଗେଟ୍‌ ନିର୍ମାଣକୁ ବିରୋଧ କରି ରାସ୍ତା ଅବରୋଧ

ରାଉରକେଲା(କେନ୍ୟୁଜ): ରାଉରକେଲା ବହୁ ପ୍ରତୀକ୍ଷିତ ବନ୍ଧମୁଣ୍ଡା କୁକୁଡ଼ାଗେଟ୍‌ ନିର୍ମାଣକୁ ବିରୋଧ କରି ରାସ୍ତା ଅବରୋଧ । ରାଉରକେଲା-ଜରେଇକେଲା ମୁଖ୍ୟ ରାସ୍ତା ଅବରୋଧ କଲେ ବିସ୍ଥାପିତ ପରିବାର । ଯାହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା ।

ବିସ୍ଥାପିତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ, ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିସ୍ଥାପିତ ପରିବାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ବିକ୍ଷୋଭକାରୀଙ୍କ ମଧ୍ୟରୁ ପୋଲିସ ୫୦ଜଣଙ୍କୁ ଅଟକ ରଖିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.