କନ୍ଧମାଳରେ ପ୍ରବଳ ବର୍ଷା,ଲଘୁଚାପ ବର୍ଷାରେ ଧୋଇ ହୋଇଯାଇଛି ରାସ୍ତା

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଲଘୁଚାପ ପ୍ରଭାବରେ ଗତ ଚାରି ପାଞ୍ଚ ଦିନ ହେବ ବର୍ଷା ଲାଗି ରହିଛି । ଜିଲ୍ଲାର ବାଲିଗୁଡା କୋଟଗଡ଼, ତୁମୁଡିବନ୍ଧ, ରାଇକିଆ, ଫିରିଙ୍ଗିଆ ସମେତ ବିଭିନ୍ନ ଅଂଚଳରେ ବର୍ଷା ଲାଗି ରହିଛି । ବର୍ଷାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡ଼ି ରହିଛି । କିଛି ସ୍ଥାନ ରେ ବିଦ୍ୟୁତ ଖୁଣ୍ଟି ମଧ୍ୟ ପଡିଛି । ତୁମୁଡିବନ୍ଧ ରାମପୁର ଛକ ନିକଟରେ ବାଲିଗୁଡାରୁ ତୁମୁଡିବନ୍ଧ କୋଟଗଡ଼ ରାୟପୁର ଦେଇ ଯାଇଥିବା ମୁଖ୍ୟ ରାସ୍ତା ଧୋଇ ହୋଇ ଖାଲ ହୋଇଥିବା ଦେଖିବାକୁ ମିଳିଛି ।
ତୁମୁଡିବନ୍ଧ ବଜାର ନିକଟରେ ବିଦ୍ୟୁତ ତାର ଛିଣ୍ଡି ଥିବା ବେଳେ କୋଟଗଡ଼ ସୁବର୍ଣ୍ଣଗିରି, ଓରା ପଂଚାୟତର କିଛି ସ୍ଥାନ ରେ ଗଛ ପଡିଥିବା ବେଳେ ଗଛ କାଟି ସଫା କରାଯାଇଛି । ଏସବୁ ଅଂଚଳ ରେ ବର୍ଷା ଜାରୀ ରହିଥିଲେ ମଧ୍ୟ ବଡ଼ ଧରଣର କ୍ଷୟକ୍ଷତି ଏଯାବତ ହୋଇନାହିଁ ।