ପଥପ୍ରାନ୍ତରେ ପରିବା ବିକ୍ରୀ: ନା ଅଛି ସହରୀ କୋଳାହଳ ନା ଅଛି ଗହଳି, କରୋନା କଟକଣାକୁ ମାନି ଚାଲିଛି ବ୍ୟବସାୟ

ଭଞ୍ଜନଗର :  ଗଂଜାମ ଜିଲ୍ଲାର ବ୍ରହ୍ମପୁର ରୁ ଭଂଜନଗର ଯିବା ରାସ୍ତାର, ଭିନ୍ନ ଭିନ୍ନ ସ୍ଥାନରେ, ରାସ୍ତା କଡରେ ଚାଲିଛି ପରିବା ବ୍ୟବସାୟ । ଏଠାରେ ନା ଅଛି ସହରୀ କୋଳାହଳ, ନା ଅଛି ଗହଳି। କରୋନା କଟକଣାକୁ ଉଲଂଘନ କରିବାର ଆଶଙ୍କା ବି ନାହିଁ। ରାଜ ରାସ୍ତା କଡରେ ପଡ଼ିଛି , ଭଳିକି ଭଳି ପରିବା ପସରା । ତଟକା ସାଙ୍ଗକୁ ମନପସନ୍ଦର ପରିବା ।

ଗତ କିଛି ମାସ ହେଲା, ଜୀବନ ଓ ଜୀବିକା ଉପରେ ପ୍ରଭାବ ପକାଇଛି, କରୋନା । ଅନେକ ଲୋକ ଜୀବିକା ହରାଇଛନ୍ତି । ଆପଣ ଜାଣିଥିବେ  କି, ଗଂଜାମ ଜିଲ୍ଲାରେ ସଂକ୍ରମଣହାର ହ୍ରାସ ପାଇବାପରେ, କୋହଳ ହୋଇଛି କଟକଣା । କଟକଣା କୋହଳ ହେବାପରେ, କିଛି ବ୍ୟବସାୟୀ ଓ ଗ୍ରାହକଙ୍କ ଖାମଖିଆଲ ନୀତି ବେଳେ ବେଳେ ନଜରକୁ ଆସୁଛି । ଯାହା ଚିନ୍ତାର କାରଣ ପାଲଟିଛି ।

vegitableକିନ୍ତୁ ଏହାର ବ୍ୟତିକ୍ରମ ଦୃଶ୍ୟ ଦେଖିବାକୁ ମିଳୁଛି , ରାସ୍ତାକଡ଼ର ହେଉଥିବା ପରିବା ବ୍ୟବସାୟ କ୍ଷେତ୍ରରେ । ବଜାରର ଭିଡ ଏଠାରେ ନାହିଁ । ସାମାଜିକ ଦୂରତାକୁ ମାନିବା ସହ, ସମସ୍ତଙ୍କ ମୁହଁରେ ମାସ୍କ । ପ୍ରଥମତଃ କରୋନା ସମୟରେ, ଚାଷ ପ୍ରତି ଅନେକ ଙ୍କ ଆଗ୍ରହ ବଢିଛି । ଏବେ ବିଭିନ୍ନ ପନିପରିବା ଉତ୍ପନ୍ନ ହେଉଛି । ଅମଳ ପରିବା ବିକ୍ରି କରିବା କୁ ସ୍ବତନ୍ତ୍ର ବଜାର ର ସୁବିଧା ନଥିବାରୁ, ରାସ୍ତାକଡରେ ବ୍ୟବସାୟ କରିବା ଏକମାତ୍ର ମାଧ୍ୟମ ହୋଇଛି । ଅନ୍ୟପକ୍ଷରେ, ସଂକ୍ରମଣ ଠାରୁ ଦୂରରେ ଏବଂ ନିରାପଦରେ କିଣା-ବିକା କରିବାକୁ ଉଭୟ ବ୍ୟବସାୟୀ ଓ ଗ୍ରାହକ ମାନେ ଉଚିତ୍ ମନେ କରୁଛନ୍ତି । ଦି’ପଇସା ଲାଭ କରି ବ୍ୟବସାୟୀ ଖୁସି , ଜନଗହଳି ଠାରୁ ଦୂରେଇ ରହି ତଟକା ପରିବା ପାଇ, ଗ୍ରାହକ ମଧ୍ୟ ଖୁସି ।

vegiନିଜେ ଗଂଜାମ ଜିଲ୍ଲାପାଳ, କିଛିଦିନ ତଳେ ଭଂଜନଗର ଉପଖଣ୍ଡକୁ ଗସ୍ତ ସମୟରେ, ରାସ୍ତା କଡରେ ବିକ୍ରି ହେଉଥିବା ତଟକା ପରିବା କିଣୁଥିବାର ଦୃଶ୍ୟ ଆମ ନଜରକୁ ଆସିଥିଲା । ସାମାଜିକ ଦୂରତା ଓ ମାସ୍କ୍ ବ୍ୟବହାର କରିବାକୁ ବ୍ୟବସାୟୀ ଓ ଗ୍ରାହକ ଙ୍କୁ ପରାମର୍ଶ ଦେଇଥିଲେ । ଆସନ୍ତା ଦିନରେ ଶୀତ ବଢ଼ିଲେ, ସଂକ୍ରମଣର ଦ୍ବିତୀୟ ପ୍ରବାହ ଆଶଙ୍କା ରହିଥିବା ସୂଚାଇ ଥିଲେ । ତେଣୁ ବିଗତ ଦିନ ଅପେକ୍ଷା, ଏବେ ଆହୁରି ଅଧିକ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ଶ୍ରୀକୁଲାଙ୍ଗେ କହିଥିଲେ । ସତରେ  ଯଦି ଏଭଳି ଭାବରେ ସମସ୍ତେ, କଟକଣାକୁ ମାନି ଚଳନ୍ତେ ତା’ହେଲେ , ଗଂଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ନିୟନ୍ତ୍ରଣ ହୋଇଥିବା କରୋନା ସଂକ୍ରମଣ, ଦ୍ବିତୀୟ ପର୍ଯ୍ୟାୟକୁ ଆଉ ସ୍ପର୍ଶ କରିପାରିବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି  ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.