ଶ୍ରୀମନ୍ଦିର ଭିତରେ ପର୍ସ ଚୋରି କରି ଧରାପଡିଲା ଲୁଟେରା

ପୁରୀ(କେନ୍ୟୁଜ୍‌): ଶ୍ରୀମନ୍ଦିରରେ ଲୁଟ୍ କରି ଧରା ପଡ଼ିଛି ଜଣେ ଲୁଟେରା। ଲୁଟେରା ଜଣଙ୍କ ଜଗତସିଂହପୁର ଜିଲ୍ଲା ରାହାମା ଗାଁର ନିରଞ୍ଜନ ଦାସ। ସେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ତେଲେନପାଲି ଗାଁର ମୁରଲୀ ପ୍ରଧାନଙ୍କ ପର୍ସ ଶ୍ରୀମନ୍ଦିର ଭିତରେ ଲୁଟ୍ କରିଥିଲା।

ହେଲେ ମନ୍ଦି ଭିତରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ତାକୁ କାବୁ କରିବାରେ ସଫଳ ହୋଇଥିଲେ। ଲୁଟେରାଠାରୁ  ପର୍ସ ଜବତ କରିବା ସହିତ ଉକ୍ତ ପର୍ସଟିକୁ ମୁରଲୀଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ଏପଟେ ଲୁଟେରା ନିରଞ୍ଜନ ଦାସକୁ ପୋଲିସ୍ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.