ଡକାୟତି ଉଦ୍ୟମ ହେଲା ପଣ୍ଡ, ଯୋଜନା କରୁଥିବା ବେଳେ କାବୁ କଲା ପୋଲିସ

ଯାଜପୁର: କଳିଙ୍ଗ ନଗର ଥାନା ଅନ୍ତର୍ଗତ ଉବୁରୀ ଡାକ୍ତରଖାନ ଛକ ନିକଟରେ ଏକ ପରିତ୍ୟକ୍ତ ଘରେ ଚଢାଉ କରି ୪ ଡକାୟତଙ୍କୁ ଗିରଫ କରିଛି ପୋଲିସ। ଏମାନେ କୌଣସି ଡକାୟତ ଘଟାଇବା ପାଇଁ  ଯୋଜନା କରୁଥିବା ବେଳେ ପେଟ୍ରୋଲିଂ ପୋଲିସ ଏମାନଙ୍କୁ କାବୁ କରିଥିଲା। ଏମାନଙ୍କ ମଧ୍ୟରୁ ତିନି ଜଣ ଫେରାର ହୋଇଯାଇଥିବା ଜଣା ପଡିଛି। ଗିରଫଙ୍କ ମଧ୍ୟରୁ ତିନିଜଣଙ୍କ ଘର ସୁକିନ୍ଦା ଓ ଅଶୋକଝର ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଜଣେ କେନ୍ଦୁଝର ବଉଳା ମାଇନ୍ସ ଅଞ୍ଚଳର ବୋଲି ଜଣା ପଡିଛି। ଏମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଖଣ୍ଡା, ଛୁରୀ ଓ ଦୁଇଟି ବାଇକ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କ ବିରେଧରେ ପୂର୍ବରୁ ଏକାଧିକ ମାମଲା ରହିଥିବାର ଜଣାପଡିଛି। ଏହି ଅଭିଯୁକ୍ତମାନଙ୍କୁ କଳିଙ୍ଗନଗର ପୋଲିସ ଗିରଫ କରି  କୋର୍ଟ ଚାଳଣ କରିଛି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.