ପୁଣି ମୋ ବସରୁ ଚୋରି, ୭୦ ବର୍ଷୀୟ ହୃଦରୋଗୀଙ୍କଠାରୁ ଲୁଟିଲେ ଲୁଟେରା

ଭୁବନେଶ୍ୱର(କେନ୍ୟୁଜ୍): ପୁଣି ମୋ ବସରୁ ଲୁଟିଲେ ଲୁଟେରା। ୭୦ ବର୍ଷୀୟ ହୃଦରୋଗୀଙ୍କଠୁ ଲୁଟ୍। ଲୁଟରା ଶିକାର ହେଇଥିବା ବ୍ଯକ୍ତି ହେଉଛନ୍ତି ଅକ୍ଷୟ କୁମାର ନାୟକ। ସେ କ୍ୟାପିଟାଲ ଥାନାରେ ଏ ନେଇ ଏତଲା ଦେଇଛନ୍ତି। ସୂଚନା ମୁତାବକ, ରସୁଲଗଡରୁ ସେ ୨୫ ନମ୍ବର ବସରେ ଯାଉଥିଲେ ।

ବସଟି ରାଜମହଲ ଅତିକ୍ରମ କରୁଥିବା ବେଳେ ସେ  ଲୁଟର ଶୀକାର ହୋଇଥିବା ଜାଣିବାକୁ ପାଇଲେ। ଅଭିଯୋଗ ପାଇବା ପରେ ସିସିଟିଭି ଯାଞ୍ଚ କରୁଛି ପୋଲିସ୍। ତେବେ ମୋ ବସରୁ ଗତ କିଛିଦିନ ତଳେ ଗଞ୍ଜାମର ଜଣେ କ୍ୟାନ୍ସର ରୋଗୀଙ୍କ ଠାରୁ ଲୁଟ ହୋଇଥିଲା। ପରେ ଅଭିଯୁକ୍ତକୁ ଧରିବା ସହ ଲୁଟ ଟଙ୍କା ଫେରାଇଥିଲା କମିଶନରେଟ ପୋଲିସ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.