ତାଲା ଭାଙ୍ଗି ଘରେ ପଶିଲେ ଚୋର, ଅରିଜିନାଲ୍ ନେଇ ଡୁପ୍ଲିକେଟ୍ ଛାଡିଗଲେ

ଉଦଳା: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଲୁଟେରାଙ୍କ ପ୍ରାଦୁର୍ଭାବ । ଆଜିକାଲି ଯୁଗରେ ଅନେକ ସମୟରେ ଜନସାଧାରଣ ଏହି ଲୁଟେରାଙ୍କ ଶୀକାର ହେଉଥିବା ନଜର ଆସୁଛି । ପୋଲିସ୍ ଯେତେ ଚାଲାକ୍‌ ଭାବେ କାମ କଲେ ମଧ୍ୟ ସବୁବେଳେ ପୋଲିସକୁ ଭୁଆଁ ବନେଇ ତା କାମ ହାସଲ କରି ନେଉଛି ଚୋର । ପୁଣି ଏମିତି ଚୋରି ଘଟଣା ସାମ୍ନାକୁ ଆସିଛି । ପୁରା ଫିଲ୍ମ ଷ୍ଟାଇଲ୍ ରେ ହୋଇଛି ଲୁଟ୍ । ସବୁ ଅସଲି ନେଇ ନକଲି ଥୋଇଦେଇ ଯାଇଛନ୍ତି ଏହି ଦୁର୍ବୁତ୍ତମାନେ ।

ପଶିଲେ ଘରୁ ଲୁଟିଲେ । ଘରେ ପଶି ଦୁର୍ବୃତ୍ତ ଲୁଟ୍ କରିଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା । ହେଲେ ଚାଲାକ ଲୁଟେରା ଅରିଜିନାଲ୍ ନେଇ ଛାଡି ଦେଇଗଲେ ଡୁପ୍ଲିକେଟ୍ । ଏଭଳି ଘଟଣା ଘଟିଛି ଉଦଳା ଥାନା ବୃନ୍ଦାଗଡି ଗ୍ରାମରେ । ଗ୍ରାମର ସୁଦାମ କୁମାର ମାଝୀ ଗତକାଲି ସନ୍ଧ୍ୟାରେ ଘରେ ତାଲା ପକାଇ କୌଣସି କାମରେ ବାହାରକୁ ଯାଇଥିଲେ । ହେଲେ ରାତିରେ ସୁଦାମ ଏବଂ ପରିବାର ଲୋକେ ଘରକୁ ଫେରିବା ପରେ ଘର ମୁଖ୍ୟ କବାଟର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଘର ଭିତରକୁ ଯାଇ ଦେଖିବାବେଳକୁ ଗଡ଼ରେଜ ଭାଙ୍ଗି ଲୁଟ୍ ହୋଇଥିବା ସେ ଜାଣିବାକୁ ପାଇଥିଲେ ।

ପରେ ଏ ନେଇ ଉଦଳା ପୋଲିସ୍ ତୁରନ୍ତଖବର ଦେବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ବୁତ୍ତ ମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେବା ସହିତ ଗଡ଼ରେଜରେ ଥିବା ୪୫ ହଜାର ଟଙ୍କା ମଧ୍ୟ ନେଇ ଯାଇଛନ୍ତି । ଏପରିକି ଗଡ଼ରେଜରୁ ସମସ୍ତ ଅଳଙ୍କାର ବାହାରେ ଖୋଲି ଦେଖିବା ସହିତ କେବଳ ସୁନା ଜିନିଷ ଲୁଟି ନେଇଥିବା ବେଳେ ଇମିଟେସନ ଅଳଙ୍କାର ସବୁ ଛାଡି ଯାଇଛନ୍ତି ଏହି ଚୋର ଦଳ । ଏମାନେ ସୁଦାମଙ୍କ ଘର ବାଡ଼ ଭାଙ୍ଗି ଘରେ ପଶିଥିବା ଜଣାଯାଇଛି । ପୋଲିସ୍ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଥିବା ସୂଚନା ମିଳିଛି ।

 

 

You might also like