ସ୍କୁଟି ଡିକିରୁ ଦୁଇ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ

ବାଙ୍କୀ: ସ୍କୁଟି ଡିକିରୁ ଦୁଇ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।  ବାଙ୍କୀ ଥାନା ଠାରୁ ମାତ୍ର ୩ଶହ ମିଟର ଦୂରରେ ଥିବା ଷ୍ଟେଟ ବ୍ୟାଙ୍କ ଶାଖାରୁ ଦୁଇ ଲକ୍ଷ ଟଙ୍କା ଉଠାଇ ନିଜ ସ୍କୁଟି ଡିକିରେ ରଖିଥିବା ବେଳେ ଲୁଟ୍ ଅଭିଯୋଗ ହୋଇଛି ।  ବାଇକ୍ ରଖି ପରିବା କିଣିବା ବେଳେ ଟଙ୍କା ଲୁଟ୍ ହୋଇଛି ।

ବ୍ୟାଙ୍କରୁ ଟଙ୍କା ଉଠାଇ ବାଟରେ ପରିବା କିଣିବା ବେଳେ ଲୁଟ୍ ହୋଇଛି ।  ବାଙ୍କୀ ବ୍ଲକ୍ ବୈଦେଶ୍ବର ଥାନା କନ୍ତକାଇ ଗାଁରୁ ଆସିଛି ଅଭିଯୋଗ ।  ବ୍ୟାଙ୍କ ପାସବୁକ୍ ସହ ଟଙ୍କା ଲୁଟି ନେଇଛନ୍ତି ଦୁଇ ଦୁର୍ବୃତ୍ତ । ବୈଦେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ରୁଦ୍ର ମୋହନ ଭଟ୍ଟ। ନିକଟସ୍ଥ ଦୋକାନର ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

Also read: ଏଟିଏମ କାର୍ଡରୁ ୯୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଅଭିଯୋଗ