ସୋ ରୁମରେ ପଶି ଏସି ଖୋଲି ନେଇଗଲେ ଲୁଟେରା, ସିସିଟିଭିରେ କଏଦ ହେଲା ସବୁ ଦୃଶ୍ୟ

ଗୋଟେ ପଟେ ଗ୍ରୀଷ୍ମ ପ୍ରବାହ କଲବଲ କରୁଥିବାବେଳେ ଅପରପଟେ, କୁଆଡେ ରାଜଧାନୀରେ ମାତିଛନ୍ତି ଏସି ଲୁଟେରା । ହଁ ଆଜ୍ଞା ଏସି ଲୁଟେରା । ଆଉ ସେମାନଙ୍କ ଟାର୍ଗେଟରେ ରହିଛି ବିଭିନ୍ନ ସୋ ରୁମ୍ ।

ଭୁବନେଶ୍ୱର (କେନ୍ୟୁଜ): ସୁରକ୍ଷିତ ନୁହେଁ ରାଜଧାନୀ ଭୁବନେଶ୍ୱର । ଏଣିକି ସବୁଥି ପାଇଁ ନିଜକୁ ହିଁ ଧ୍ୟାନ ଦେବାକୁ ପଡିବ । କାରଣ ଅପରାଧୀ ଓ ଅପରାଧ ଏତେ ବଢିଲାଣି ଯେ ଏଥିରେ ଲଗାମ ଲଗାଇବାରେ ପୋଲିସ୍ କେଉଁଠି ନା କେଉଁଠି ବିଫଳ ହେଉଛି । ଯାହା ଫଳରେ ଅପରାଧୀମାନେ ବେଫିକର ହୋଇ ଦିନ ଦ୍ବିପ୍ରହରେ ହଉ କି ରାତି ଅଧରରେ କରୁଛନ୍ତି ଅପରାଧ ।ପିଲା ଚୋରୀ ଠାରୁ ଆରମ୍ଭ କରି ଏସି ଚୋରୀ । କଣ ଚକିତ ହୋଇଗଲେ କି । ଏସି ଚୋରୀ କଥା ଶୁଣି । ହଁ ଆଜ୍ଞା ଏଭଳି ଏକ ଘଟଣା ଆଉ କେଉଁଠୁ ନୁହେଁ ବରଂ ଭୁବନେଶ୍ୱରରୁ ସାମ୍ନାକୁ ଆସିଛି ।

ସବୁ ତ ଜାଣିଛନ୍ତି କି, ଏବେ ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆଉ ଏହାରି ଭିତରେ ଏହି ଗରମରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କ ପ୍ରଥମ ପସନ୍ଦ ଏସି । ଏସି ପବନ ଟିକେ ଦେହରେ ବାଜି ଗଲେ ମଲା ଲୋକଟି ଯେମିତି ବଞ୍ଚିଗଲା ଭଳିଆ ଅନୁଭବ ହୁଏ । ତେବେ ଗୋଟେ ପଟେ ଗ୍ରୀଷ୍ମ ପ୍ରବାହ କଲବଲ କରୁଥିବାବେଳେ ଅପରପଟେ, କୁଆଡେ ରାଜଧାନୀରେ ମାତିଛନ୍ତି ଏସି ଲୁଟେରା । ହଁ ଆଜ୍ଞା ଏସି ଲୁଟେରା । ଆଉ ସେମାନଙ୍କ ଟାର୍ଗେଟରେ ରହିଛି ବିଭିନ୍ନ ସୋ ରୁମ୍ ।

ବୁଧବାର ବିଳମ୍ବିତ ରାତିରେ ଏଭଳି ଘଟଣା ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବିଭିନ୍ନ ସୋ ରୁମରେ ପଶି ଏସି ଖୋଲିବା ସହ କାନ୍ଧରେ ବୋହି ନେଇଛନ୍ତି ଲୁଟେରା ମାନେ । ତେବେ ଲୁଟ୍ ସମୟର ଭିଡିଓ ବିଭିନ୍ନ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଯାହା ସୂଚନା ମିଳିଛି କି, ବିଭିନ୍ନ ସ୍ଥାନରୁ ୧୦ରୁ ଅଧିକ ଏସି ଲୁଟ୍ କରି ନେଇଛନ୍ତି ଲୁଟେରାମାନେ । ଏନେଇ କ୍ୟାପିଟାଲ ଥାନାରେ ପହଁଚି ଅଭିଯୋଗ କରିଛନ୍ତି ବିଭିନ୍ନ ସୋ ରୁମ୍ ର ମାଲିକମାନେ । ତେବେ ଅଭିଯୋଗ ପାଇବା ପରେ ପୋଲିସ୍ ଘଟଣାସ୍ଥଳରେ ପହଁଚିବା ଜଣାପଡିଛି ।

ତେଣୁ ଆପଣମାନେ ବି ହୋଇଯାଆନ୍ତୁ ସାବଧାନ ! ରାଜଧାନୀରେ ମାତିଥିବା ଏହି ଏସି ଲୁଟେରାଙ୍କଠାରୁ । ତେବେ ସିସିଟିଭିରେ କଏଦ ହୋଇଥିବା ଲୁଟ୍‌ ର ସମସ୍ତ ଭିଜୁଆଲ୍ ରୁ ଦେଖିବାକୁ ମିଳିଛି କି ଆଖି ପିଛୁଳାକେ କାଢିନେଉଛନ୍ତି ଏସି । ଆଉ କାନ୍ଧରେ ବୋହି ଫେରାର୍ ମାରୁଛନ୍ତି । ମାନିବାକୁ ପଡିବ ଏମାନଙ୍କ ସାହସକୁ । ତେବେ ଅଭିଯୋଗ ପରେ କ୍ୟାପିଟାଲ ଥାନାରେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଖୁବ୍ ଶୀଘ୍ର ଏହି ଲୁଟେରାଙ୍କୁ କାବୁ କରିବାକୁ ତନାଘନା ଜାରି ରଖିଛି ।

Leave A Reply

Your email address will not be published.