ଲଙ୍କା ଗୁଣ୍ଡ ପକାଇ ଡକାୟତି ଉଦ୍ୟମ, ଦୁଇ ଡକାୟତ ଫେରାର

ଭବାନୀପାଟଣା : ଭବାନୀପାଟଣାରେ ଦିନ ଦିପହରେ ଡକାୟତି ଉଦ୍ୟମ । ଲଙ୍କା ଗୁଣ୍ଡ ପକାଇ ବୋମା ମାଡ଼ କରି ଟଙ୍କା ବ୍ୟାଗ ଝାମ୍ପି ନେବାକୁ ଉଦ୍ୟମ କରିଛନ୍ତି ଡକାୟତ। ସ୍ଥାନୀୟ ଲୋକ ଜଣକୁ କାବୁ କରିଥିବା ବେଳେ ଦୁଇ ଡକାୟତ ଫେରାର ହୋଇଯାଇଥିବା ସୂଚନା । ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମେଦିନୀପୁର ଗ୍ରାମର ନରେଶ ସାହୁ ଟଙ୍କା ଜମା କରିବାକୁ ବ୍ୟାଙ୍କକୁ ଯାଉଥିଲେ ।
ଭବାନୀପାଟଣା ମହାବୀରପଡ଼ା ନିକଟରେ ଏକ ଦୋକାନରେ ଥଣ୍ଡା ପିଇବା ପାଇଁ ଅଟକିବା ବେଳେ ୩ ଦୁର୍ବୃତ୍ତ ଗୋଟିଏ ବାଇକରେ ଆସି ତାଙ୍କ ଉପରେ ଲଙ୍କାଗୁଣ୍ଡ ଫିଙ୍ଗିବା ସହ ବୋମାମାଡ଼ କରିଥିଲେ । ତାଙ୍କ ପାଖରୁ ଟଙ୍କା ବ୍ୟାଗକୁ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ । ତେବେ ବୋମା ଶବ୍ଦ ଶୁଣି ଲୋକ ରୁଣ୍ଡ ହୋଇ ଯାଇଥିଲେ । ଜଣେ ଡକାୟତକୁ କାବୁ କରିଥିବା ବେଳେ ଦୁଇ ଜଣ ଫେରାର ହୋଇ ଯାଇଥିଲେ ।
Also read: ଖେଳନା ବନ୍ଧୁକ ଦେଖାଇ ଡକାୟତି ଉଦ୍ୟମ ପଣ୍ଡ, ୪ଜଣଙ୍କୁ କାବୁ କଲା ପୋଲିସ