ଖେଳନା ବନ୍ଧୁକ ଦେଖାଇ ଡକାୟତି ଉଦ୍ୟମ ପଣ୍ଡ, ୪ଜଣଙ୍କୁ କାବୁ କଲା ପୋଲିସ

ରାଉରକେଲା: ଖେଳନା ବନ୍ଧୁକ ଦେଖାଇ ଡକାୟତି ଉଦ୍ୟମ ପଣ୍ଡ । ୪ଜଣ ଡକାୟତଙ୍କୁ କାବୁ କଲା ରାଉରକେଲା ପୋଲିସ । ରାଉରକେଲା ରେଲୱେ କଲୋନୀରେ ଡକାୟତି କରିବାକୁ ଯୋଜନା କରୁଥିଲେ । ଏହି ସମୟରେ ୪ ଜଣଙ୍କୁ ଧରିଥିଲା ପୋଲିସ । ଅନ୍ୟ ଜଣେ ଡକାୟତ ଫେରାର ହୋଇଯାଇଛି । ଗିରଫ ଡକାୟତଙ୍କ ନିକଟରୁ ଗୋଟିଏ ପିସ୍ତଲ, ଖଣ୍ଡା, ଭୁଜାଲି, ଖେଳନା ବନ୍ଧୁକ ଆଦି ଜବତ ହୋଇଛି ।

ଗତକାଲି ରାତିରେ ଗୋପବନ୍ଧୁପାଲି ବଡ ପାର୍କ ନିକଟରେ ଏହି ଗ୍ୟାଙ୍ଗ ଡକାୟତି ଉଦ୍ୟମ କରୁଥିଲେ ।  ଏହି ସମୟରେ ଚଢାଉ କରି ଗିରଫ କରିଥିଲା ପ୍ଲାଣ୍ଟସାଇଟ୍ ଥାନା ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ୍, ଖଣ୍ଡା , ଭୁଜାଲି,ବଡ଼ ଖେଳନା ବନ୍ଧୁକ ଆଦି ଜବତ କରାଯାଇଛି ।  ଏହି ଦୁର୍ବୃତ୍ତଙ୍କ ନାଁରେ ବିଭିନ୍ନ ଥାନାରେ ପୂର୍ବରୁ ଅପରାଧିକ ମାମଲା ରହିଥିବା ଜଣା ପଡ଼ିଛି ।

 

ଆହୁରି ପଢ଼ନ୍ତୁ  :   ସ୍ୱର୍ଗଦ୍ୱାରରେ ସରିଲା ବାପା, ମାଆ, ଉଭଣୀଙ୍କ ଶେଷକୃତ୍ୟ: କାହିଁକି ନୃଶଂସ କାଣ୍ଡ ଘଟାଇଲା ବଣ୍ଟି?