ଗୋଟିଏ ରାତିରେ ୭ ଘରୁ ଲୁଟ୍, କିନ୍ତୁ ଏଥର ସୁନା କି ଟଙ୍କା ନୁହେଁ ନେଇ ଯାଇଛନ୍ତି ଅଲଗା ଜିନିଷ

ଗୋଟିଏ କି ଦୁଇଟି ନୁହେଁ ୭ଟି ଘରକୁ କଲେ ଟାର୍ଗେଟ । ଅନ୍ଧାର ରାତିରେ ସବୁ ଶୋଇଗଲା ପରେ ଗାଁରେ ପଶିଲେ ଆଉ ରାତି ଅଧରେ କଲେ ସିରିଜ ଲୁଟ । ଏଥର କିନ୍ତୁ ଚୋରି ଷ୍ଟାଇଲ ଟିକେ ଅଲଗା ରଖିଲେ । ସୁନା କି ଟଙ୍କା ଚୋରି କରି ନାହାନ୍ତି ଚୋର । ଲୋକଙ୍କ ମୋବାଇଲ୍ ଫୋନ ଚୋରି କରି ଫେରାର ମାରିଛନ୍ତି । କେବଳ ମୋବାଇଲ ଟାର୍ଗେଟ କରି ଲୁଟି ଚାଲିଲେ ଲୁଟେରା । ଗୋଟିଏ ରାତିରେ ୭ ଘରୁ ଲୁଟି ନେଲେ ୧୦ ରୁ ଅଧିକ ମୋବାଇଲ । ଏଭଳି ଘଟଣା ଘଟିଛି ଉଦଳା ଥାନା ବାଉଁଶପାଳ ଗାଁରେ। ବିଳମ୍ବିତ ରାତିରେ ଗାଁର ୭ଟି ଘରେ ପଶିଥିଲେ ଲୁଟେରା ।

ଘର ବାହାରେ ଶୋଇଥିବା ଏବଂ ଘର ଭିତରେ କବାଟ ଖୋଲା ରଖି ଶୋଇଥିବା ଘର ଗୁଡିକରେ ଲୁଟେରାମାନେ ପଶିଥିଲେ । ସେମାନଙ୍କ ଘରେ ଥିବା ମୋବାଇଲ ଲୁଟି ନେଇ ଲୁଟେରାମାନେ ଚମ୍ପଟ ମାରିଛନ୍ତି । ସକାଳୁ ସକାଳୁ ଗାଁର ଜଣେ ମହିଳା ନିଜ ମୋବାଇଲ ନ ପାଇବା ପରେ ଗାଁ ସାରା ଚହଳ ପଡ଼ିଲା । ଧୀରେ ଧୀରେ ଅନ୍ୟ ଘରମାନଙ୍କରେ ମଧ୍ୟ ଲୁଟେରାମାନେ ମୋବାଇଲ ଲୁଟ କରି ଚାଲିଯାଇଛନ୍ତି । ଯାହାକୁ ନେଇ ପୁରା ଗାଁରେ ଆତଙ୍କ ଖେଳିଯାଇଛି । ଏତେ ଜଣଙ୍କ ଘରୁ ଚୋରି ହେଲା କିନ୍ତୁ କେହି ବି ଚୋରି ବିଷୟରେ କେମିତି ଜାଣି ପାରିଲେ ନାହିଁ । ତାକୁ ନେଇ ଲାଗି ରହିଛି ଚର୍ଚ୍ଚା ।

ଗରମ ବଢ଼ିବାରେ ଲାଗିଛି । ତେଣୁ ଗାଁର ଲୋକମାନେ ଘରେ ଶୋଇବା ବଦଳରେ ଘର ଅଗଣାରେ ଶୋଇବାକୁ ପସନ୍ଦ କରନ୍ତି । କିଛି ଲୋକ ନିଜ କବାଟ ଝରକା ଖୋଲି ଘରେ ଶୁଅନ୍ତି । ସୁଯୋଗର ଫାଇଦା ଉଠାଇ ଚୋରମାନେ ଏଭଳି ଲୁଟ୍ କରିଛନ୍ତି । ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଗାଁ ଲୋକେ । ଦର୍ଶକ ବନ୍ଧୁ ଯଦି ଆପଣ ଗାଁରେ ରହୁଛନ୍ତି । ଆଉ ଅଗଣାରେ ଶୋଇବାକୁ ପସନ୍ଦ କରନ୍ତି ତେବେ ସାବଧାନ ରୁହନ୍ତୁ । କାରଣ ଚୋରମାନେ ଆପଣଙ୍କ ପ୍ରତିଟି କାର୍ଯ୍ୟକଳାପ ଉପରେ ନଜର ରଖୁଛନ୍ତି । ନିଜ ସୁନା, ଟଙ୍କା ଓ ମୋବାଇଲକୁ ସୁରକ୍ଷିତ ରଖିବାକୁ ଚାହୁଁଥିଲେ ଘର କବାଟ ବନ୍ଦ କରି ଶୁଅନ୍ତୁ । ନଚେତ ଆପଣ ବି ଏଭଳି ଲୁଟର ଶିକାର ହୋଇ ପାରନ୍ତି ।

Also Read: ଗୋଟିଏ ରାତିରେ ୩ଟି ମନ୍ଦିରରୁ ସିରିଜ ଲୁଟ, ଅଳଙ୍କାର ସହ ହୁଣ୍ଡି ତାଡ଼ି ନେଇଗଲେ ଦୁର୍ବୃତ୍ତ