କେନ୍ଦ୍ରାପଡା ବଳିରାଜ ଗାଁରେ ଡକାୟତି, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେଇ ଲୁଟେରା ଛୁ

କେନ୍ଦ୍ରାପଡା(କେନ୍ୟୁଜ୍‌) : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବଳିରାଜ ଗାଁରେ ଡକାୟତି। ଗତକାଲି ବିଳମ୍ବିତ ରାତିରେ ଡାକାୟତ ମାନେ ବଳିରାଜ ଗାଁର ରାମନାଥ ସାହୁଙ୍କ ଘରେ ପଶି ପରିବାର ଲୋକଙ୍କୁ ବାହାରୁ କବାଟ ଦେଇ ଦେଇଥିଲେ।

ଏହାପରେ ଏକ ଘରର କବାଟ ତାଡି ଘରୁ ୩ଟି ଟ୍ରଙ୍କ ନେଇ ଯାଇଥିଲେ। ବାଡ଼ି ପଟେ ବିଲରେ ଟ୍ରଙ୍କ ଖୋଲି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେଇ ଯାଇଛଥିବା ଜଣାପଡିଛି।