ମଣପୁରମ ଫାଇନାନ୍ସରୁ ଡକାୟତି ଘଟଣା, ମାଷ୍ଟରମାଇଣ୍ଡକୁ ପଶ୍ଚିମବଙ୍ଗରୁ ଆଣିଲା ସମ୍ବଲପୁର ପୋଲିସ

ସମ୍ବଲପୁର: ସମ୍ବଲପୁର ବୁଢ଼ାରାଜା ସ୍ଥିତ ମଣପୁରମ ଫାଇନାନ୍ସରୁ ଡକାୟତି ଘଟଣାରେ ସମ୍ବଲପୁରରେ ଅଛି ମାଷ୍ଟରମାଇଣ୍ଡ । ମୁଖ୍ୟ ଅଭିଯୁକ୍ତ ସୁବୋଧ ସିଂକୁ ପଶ୍ଚିମବଙ୍ଗର ହୁଗୁଳି ଜେଲରୁ ସମ୍ବଲପୁର ଅଣାଯାଇଛି। ପଶ୍ଚିମବଙ୍ଗ ଅଦାଲତଙ୍କ ନିର୍ଦ୍ଦେଶରେ ଟ୍ରାନଜିଟ୍ ରିମାଣ୍ଡରେ ଆସିଛି । ସୁବୋଧକୁ ଆଜି SDJM କୋର୍ଟରେ ହାଜର କରାଯିବ । ୧୦ ଦିନିଆ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ପୋଲିସ । ଦୀର୍ଘ ୧ ମାସର ଉଦ୍ୟମ ପରେ ମଣପୁରମ୍ ସୁନା ଡକାୟତି ଘଟଣାର ମାଷ୍ଟରମାଇଣ୍ଡ ସୁବୋଧକୁ ଆଣିବାରେ ପୋଲିସ ସଫଳ ହୋଇଛି । ପୂର୍ବରୁ ଏହି ସୁନା ଲୁଟ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଆସାମ ଗୌହାଟୀରୁ ଉତ୍ତମ ପାଶୱାନ, ବିହାର ହାଜିପୁରରୁ ଅଜୟ ପାଶଓ୍ବାନ ଓ ପଙ୍କଜ ପାଶୱାନକୁ ଗିରଫ କରାଯାଇଥିଲା ।
ସୂଚନା ଅନୁସାରେ ଗତ ୩ ତାରିଖରେ ସ୍ପଷ୍ଟ ଦିବାଲୋକରେ ମଣପୁରମ୍ ଗୋଲ୍ଡ ଲୋନ ସମ୍ବଲପୁର ଶାଖାରୁ ୫ ଜଣ ଲୁଟିଆ କର୍ମଚାରୀ ମାନଙ୍କୁ ନିସ୍ତୁକ ମାଡ ମାରି ଓ ବନ୍ଧୁକ ଦେଖାଇ ପ୍ରାୟ ୨୮ କିଗ୍ରା ସୁନା ଓ ନଗଦ ୪ ଲକ୍ଷ ୮୧ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ। ଏହି ଘଟଣାରେ ସୁବୋଧର ହାତ ଥିବା କୁହାଯାଉଛି । ଜେଲରେ ଥାଇ ସୁବୋଧ ସାରା ଭାରତରେ ହେଉଥିବା ବଡ ବଡ ଲୁଟକୁ ଅପରେଟ କରୁଥିବା ଅଭିଯୋଗ ହୋଇଆସୁଛି ।
ଆହୁରି ପଢ଼ନ୍ତୁ : ଘରେ ସଶସ୍ତ୍ର ଡକାୟତି, ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା