କଟକ ପୋଲିସ ମୁଖ୍ୟାଳୟ ନିକଟରୁ ଲୁଟ୍, ମହିଳାଙ୍କ ବେକରୁ ସୁନାଚେନ ଝାମ୍ପି ନେଲେ ଦୁର୍ବୃତ୍ତ

କଟକ: କଟକ ପୋଲିସ ମୁଖ୍ୟାଳୟ ନିକଟରୁ ଲୁଟ୍ । ମହିଳାଙ୍କ ବେକରୁ ସୁନାଚେନ ଝାମ୍ପି ନେଲେ ଦୁର୍ବୁତ୍ତ । ବାଇକରେ ଆସି ୩ ଜଣ ଦୁର୍ବୁତ୍ତ ମହିଳାଙ୍କ ଠାରୁ ସୁନା ଚେନ ଝାମ୍ପି ଫେରାର ହୋଇଯାଇଛନ୍ତି । କଟକ ପୋଲିସ ମୁଖ୍ୟାଳୟ ଗେଟ୍ ନିକଟରେ ଘଟଣା ଘଟିଛି । ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଓ ପିଲା ସହ ଗାଡ଼ିରେ ଯାଉଥିବା ବେଳେ ଲୁଟର ଶିକାର ହୋଇଥିଲେ । ଏନେଇ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ :  ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର, ନେଉଥିଲେ ୬ ହଜାର ଟଙ୍କା ଲାଞ୍ଚ