ପୁରୀ: ସ୍ୱେରେଜ ମ୍ୟାନ ହୋଲ ସଫା କରିବ ରୋବଟ, ପ୍ରଥମ କରି ପୁରୀରେ ସ୍ୱରେଜର ମ୍ୟାନହୋଲ ହେବ ସଫେଇ

ପୁରୀ(କେନ୍ୟୁଜ୍):  ଏବେ ସ୍ୱେରେଜ ମ୍ୟାନ ହୋଲ ସଫା କରିବ ରୋବଟ। ସ୍ୱୟଂଚାଳିତ ରୋବଟ ମାଧ୍ୟମରେ ରାଜ୍ୟର ପୁରୀରେ ପ୍ରଥମ କରି ସ୍ୱରେଜର ମ୍ୟାନହୋଲ ସଫେଇ ହେବ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହାକୁ ଉଦଘାଟନ କରିଛନ୍ତି। ପୁରୀରେ ଏହି ପ୍ରକଳ୍ପକୁ ପାଇଲଟ ପ୍ରୋଜେକ୍ଟ ଭାବେ ଗ୍ରହଣ କରିଛନ୍ତି ରାଜ୍ୟସରକାର। ପୂର୍ବରୁ ମ୍ୟାନ୍‌ ହୋଲ ଭିତରେ ଶ୍ରମିକ ପଶି ମଇଳା ସଫା କରୁଥିଲେ। କିନ୍ତୁ ସୁପ୍ରିମ କୋର୍ଟ ଏହାକୁ ବାରଣ କରିଥିବାରୁ ଏବେ ସ୍ୱୟଂକ୍ରିୟ ଯନ୍ତ୍ର ମାଧ୍ୟମରେ ଏହି କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି।

swarage1

ଦେଶର ୧୪ଟି ରାଜ୍ୟରେ ଏହି ଯୋଜନl କାର୍ଯକାରୀ ହୋଇଥିବା ବେଳେ ଓଡ଼ିଶାରେ  ପ୍ରଥମେ ପୁରୀରେ ଆରମ୍ଭ ହୋଇଛି । ପୁରୀର ପ୍ରାୟ ୮ ହଜାର ମ୍ୟାନ୍‌ ହୋଲରେ ଏହା ପରୀକ୍ଷା ମୂଳକ ଭାବେ କାର୍ଯ୍ୟକାରୀ ହେବ। ରୋବଟକୁ ମ୍ୟାନ ହୋଲ ଉପରେ ରଖାଯାଇ କ୍ୟାମେରା ମାଧ୍ୟମରେ ମଇଳା ଠାବ କରାଯାଇ ସହ ବର୍ଜ୍ୟବସ୍ତୁ ନିଷ୍କାସନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.