ମଣିଷଙ୍କ ମଧ୍ୟରେ ମେସିନ୍, ଦେଖିଛନ୍ତି କି ମେକ୍ ଇନ୍ ଓଡ଼ିଶା କନକ୍ଲେଭର ମୁଖ୍ୟ ଆକର୍ଷଣ ଏହି ସର୍ଭିସ୍ ରୋବଟ୍

ଭୁବନେଶ୍ବର (କେନ୍ୟୁଜ) : ଶରୀରରେ ଓଡ଼ିଶାର ପାରମ୍ପରିକ ଶାଢି ଆଉ ଅଳଙ୍କାର । ହାତରେ ଥାଳି ଏବଂ ଥାଳିରେ କଇଁଚି । ଉଦଘାଟନୀ ସମୟରେ ଫିତା କାଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଜଣେ ମହିଳା ବଢାଇ ଦେଇଥିଲେ କଇଁଚି । ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଉଦଘାଟନୀ ଉତ୍ସବ ସମୟରେ । ତେବେ ଏହା କୌଣସି ମଣିଷ ନୁହେଁ, ଥିଲା ମେସିନ୍ । ଯିଏ ଦେଶ ବିଦେଶରୁ ଆସିଥିବା ଅତିଥିମାନଙ୍କ ସହ ଉପସ୍ଥିତ ରହି କରିଥିଲା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ । ପୁଣି ଅତିଥିମାନଙ୍କୁ ସ୍ବାଗତ ବି କରୁଥିଲା ।

ROBOT-3

ଏହି ରୋବଟକୁ ପସ୍ତୁତ କରିଥିଲା ସ୍ୟାକ୍ ରୋବୋଟିକ୍‌ ଲ୍ୟାବ୍ । ଯାହାର ନିର୍ମାତା ହେଉଛନ୍ତି ଏହି ଲ୍ୟାବର ପ୍ରତିଷ୍ଠାତା ଓଡ଼ିଶାର ସାକ୍ୟସିଂହ ମହାପାତ୍ର । ୨୦୧୦ ମସିହାରୁ ସେ ଭୁବନେଶ୍ୱରରେ ଛାତ୍ରଛାତ୍ରୀଙ୍କୁ ରୋବଟ୍ ଉପରେ ଟ୍ରେନିଂ ଦେଇ ଆସୁଛନ୍ତି ।

ROBOT-1୨୦୧୨ ଅକ୍ଟୋବର ୨ତାରିଖରେ ସାକ୍ୟସିଂହ ଆରମ୍ଭ କରିଥିଲେ ଏହି ଲ୍ୟାବ । ଏବେ ବିଭିନ୍ନ ରାଜ୍ୟରେ ସାକ୍ୟସିଂହ ପ୍ରାୟ ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦେଇ ସାରିଛନ୍ତି । ଏହା ସହ କିଛି ନୂଆ ରୋବଟ ତିଆରି କରି ମାର୍କେଟକୁ ଛାଡିବା ପାଇଁ ସେ ଚେଷ୍ଟା ଚଳାଇଛନ୍ତି ।SAKYAମେକ୍ ଇନ୍ ଓଡିଶା କନକ୍ଳେଭର ଉଦଘାଟନୀ ଉତ୍ସବରେ ଥିବା ରୋବଟ୍ ହେଉଛି ଏକ ସର୍ଭିସ ରୋବଟ୍ । ଭାରତର ୩ଟି ସ୍ଥାନ ଚେନ୍ନାଇ, କୋଲକାତା ଏବଂ ଦିଲ୍ଲୀରେ ଥିବା କିଛି ହୋଟେଲରେ ରୋବଟ୍ ସିଧାସଳଖ ସର୍ଭିସ ଦେଉଛନ୍ତି । ତେବେ ମେକ ଇନ୍ ଓଡ଼ିଶା କନକ୍ଲେଭର ଏଇ ଶାଢ଼ି ପିନ୍ଧା ମହିଳା ରୋବଟ୍ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ।

କିନ୍ତୁ ଏହି ରୋବଟ୍ ଯେଉଁ ସବୁ ଫୁଡ୍‌ ସର୍ଭ କରୁଛନ୍ତି ସେସବୁ ଭାରତର ନୁହେଁ । ତାହା ଜାପାନ ଏବଂ ଚାଇନାରୁ ଆସୁଛି । ତେଣୁ ସାକ୍ଷ୍ୟସିଂହ ଭାରତରେ କିପରି ତିଆରି ହୋଇପାରିବ ସେଥିପାଇଁ ଉଦ୍ୟମ ଚଳାଇଛନ୍ତି । ରୋବଟ୍ ଗୁଡିକର ଆନୁମାନିକ ମୂଲ୍ୟ ୩ଲକ୍ଷରୁ ୮ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ରହିବ । ଆସନ୍ତା ବର୍ଷ ଠାରୁ ରୋବଟ୍ ବିକ୍ରି କରିବାର ଯୋଜନା ରଖିଛନ୍ତି ସାକ୍ୟସିଂହ ।

ROBOT-2

ପ୍ରତି ଘରେ ଯେଭଳି ଗୋଟିଏ ଲେଖାଏଁ ରୋବଟ ରହିବା ସେହି ଲକ୍ଷ ନେଇ ତାଙ୍କ ଉଦ୍ୟମ ଜାରି ରଖିଛନ୍ତି ସେ । ସାକ୍ୟସିଂହଙ୍କ କହିବା କଥା ହେଲା, ରୋବଟ ବ୍ୟବହାର ଦ୍ବାରା ଅନେକ କାମ ସହଜ ହୋଇ ପାରିବ । ଆଗକୁ ତାଙ୍କର ଅନେକ ଯୋଜନା ଓ ସ୍ବପ୍ନ ରହିଛି । ରାଜ୍ୟରେ ମେକ ଇନ୍ ଓଡ଼ିଶା ଭଳି ଆୟୋଜନକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.