ଏବେ ଶହ ଶହ ଏକର ଧାନ କ୍ଷେତ ପାଇଁ କାଳ ସାଜିଛି ଏହି ଫୁଲ

ପିପିଲି: ଆଖିକୁ ସୁନ୍ଦର ଦେଖା ଯାଉଥିବା ଏହି ପାଚିଲାଧାନ କ୍ଷେତ ଏବେ ଫୁଲ ମୟ । ଏହି ଫୁଲ ଏବେ କାଳ ସାଜିଛି ପାଚିଲା ଧାନ କ୍ଷେତର ଧାନ କେଣ୍ଡାକୁ । ପୂଜା କଳା ଚମ୍ପା ହଜାରେ ୧୮ ଭଳି ଅନେକ ପାଚିଲା ଧାନ କ୍ଷେତକୁ ଦେଖି ଚାଷୀ ଏବେ ଚିନ୍ତାରେ । ହାତ ଉଧାରୀ ହେଉ କି ବ୍ୟାଙ୍କ ଋଣ କରି ସମ୍ପୂର୍ଣ୍ଣ କରିଥିଲା ନିଜର ଧାନ ଚାଷ । ତଳି ପକା ଠାରୁ ଧାନ ରୁଆ ସବୁ କିଛି କରି ଶେଷରେ ଅପେକ୍ଷା କରିଛି ଅମଳ କରିବ ତାହାର ବର୍ଷ ସାରାର ଖାଦ୍ୟକୁ । ତେବେ ଏହାରି ଭିତରେ ଦେଖା ଦେଇଛି ପିପିଲି ବ୍ଳକର ଅନେକ ପଂଚାୟତରେ ସାହାର ରୋଗର ଭୟଙ୍କର ଦୃଶ୍ୟ ।

ଆଖିକୁ କଳା ଭଳି ଦେଖା ଦେଉଥିବା ପାଚିଲା ଧାନ ଉପରେ ଏହି ଫୁଲ ଏବେ ପାଚିଲା ଧାନ କେଣ୍ଡାର କାଳ ସାଜିଛି । ଧାନର ଅମଳ ପରିମାଣ କମିବା ସହିତ ପାଚିଲା ଧାନକୁ ଏହି ରୋଗ ସମ୍ପୂର୍ଣ୍ଣ କଳା ପକାଇଦେବ ବୋଲି ଭୟ ଭିତରେ ଅଛନ୍ତି ଚାଷୀ । ଯଦି ଧାନ କଳା ହୁଏ ତେବେ ଏହାକୁ ବ୍ୟବସାୟୀ ହୁଅନ୍ତୁ କି ଧାନ ମଣ୍ଡି ରେ କେହି ମଧ୍ୟ ନେବେ ନାହିଁ । ତେବେ ଚାଷୀମନେ ଏବେ କରିବେ କ’ଣ ବୋଲି ସରକାର ଙ୍କୁ ପ୍ରଶ୍ନ କରିଛନ୍ତି ।

ପିପିଲି ବ୍ଳକର ଚନ୍ଦ୍ରାଦେଇପୁର ଜଗନ୍ନାଥପୁର ଗୋବିନ୍ଦପୁର ନୂଆଶାସନ ବୀର ପୁରୁଷୋତମପୁର ଗ୍ରାମ ପଂଚାୟତର ୨୦୦ ଏକର ରୁ ଅଧିକ ପାଚିଲା ଧାନ ବିଲରେ ସାହାରା ରୋଗ ବ୍ୟାପୀ ସାରିଥିବା ପିପିଲି ବ୍ଲକ ସହକାରୀ କୃଷି ଅଧିକାରୀ ସସ୍ମିତା ମହାନ୍ତି କହିଥିବାବେଳେ ଏପଟେ କିନ୍ତୁ ଏହାର କୌଣସି କୀଟ ନାଶକ ଦୋକାନରେ ମିଳୁନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀ ଏବେ କରିବେ କ’ଣ? ରାତିକ ଭିତରେ ଏ ବିଲରୁ ସେ ବିଲକୁ ବ୍ୟାପୁଥିବା ଏହି ଫୁଲକୁ ଯଦି କୃଷି ବିଭାଗ ପଦକ୍ଷେପ ନ ନିଏ ତେବେ ଏହି ରୋଗ ଧାନ କ୍ଷେତକୁ ନଷ୍ଟ କରିଦେବ ।

ଧାନ କ୍ଷେତରେ ସାହାରା ରୋଗ ଆକ୍ରାନ୍ତ ହେବାର ସୂଚନା ମିଳିବା ପରେ ବ୍ଲକ ସହକାରୀ କୃଷି ଅଧିକାରୀ ଏବଂ କୃଷି ସୂଚନା ପରାମର୍ଶ କେନ୍ଦ୍ର ପକ୍ଷରୁ ଏହି ରୋଗର କାରଣ ହେଉଛି ବିନା ବିଶୋଧନରେ ବିହନ ପ୍ରସ୍ତୁତ କରି ବାହାରେ ଯେଉଁ ବିହନ ବେସରକାରୀ ସଂସ୍ଥାମାନେ ବିହନ ବିକ୍ରି କରିଥିଲେ ସେହି ବିହନ ଚାଷୀମାନେ ଆଣି ଧାନ ଚାଷ କରିଛନ୍ତି ଯାହା ଫଳରେ ଏଭଳି ସ୍ଥିତି ଦେଖା ଦେଇଛି ।

ଏହାର ନିରାକରଣ କୀଟ ନାଶକ ସ୍ଵଳ୍ପ ସିଂଚନ କଲେ ଏହା ଆଉ ଅଧିକ କ୍ଷତି କରିବ ନାହିଁ। ସରକାର ଙ୍କର ଏହି ରୋଗ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଶହ ଶହ ଏକର ଧାନ କ୍ଷେତରେ ଦେଖାଦେଉଥିବା ଏହି ଧାନ ଫୁଲ ଉପରେ ଯଦି କୃଷି ବିଭାଗ କୌଣସି ପଦକ୍ଷେପ ନ ନିଏ ତେବେ ଚାଷୀମାନେ କିଭଳି ସେମାନଙ୍କ ଧାନକୁ ଅମଳ କରି ମଣ୍ଡି ଏବଂ ବ୍ୟବସାୟୀମାନଙ୍କୁ ଭଲ ଦରରେ ବିକ୍ରି କରିବେ ।

 

 

 

You might also like