ଭୁବନେଶ୍ୱର ପଟିଆ ନିକଟରେ ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ରୋଲର, ଅଳ୍ପକେ ବର୍ତ୍ତିଲେ ଚାଳକ

ଭୁବନେଶ୍ୱର(କେନ୍ଯୁଜ୍): ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ରୋଲର। ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ। ଭୁବନେଶ୍ୱର ପଟିଆ ନିକଟରେ ଘଟିଛି ଏହି ଅଘଟଣ। ରାସ୍ତା ଉପରେ ଗାଡିଟି ଜଳୁଥିବାରୁ ୩୦ ମିନିଟ୍‌ କାଳ ଯାତାୟତରେ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ କିଟ୍‌ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ରାସ୍ତା କାମରେ ନିୟୋଜିତ ଥିଲା ଏହି ରୋଲର।

Leave A Reply

Your email address will not be published.