ରଥଯାତ୍ରା, ବାହୁଡାଯାତ୍ରା ସୁନାବେଶ ପାଇଁ ରୁଟ୍ ଚାର୍ଟ ପ୍ରସ୍ତୁତ !

ପୁରୀ : ଭିଡ଼କୁ ନିୟନ୍ତ୍ରିତ କରିବା ପାଇଁ ରଥଯାତ୍ରା, ବାହୁଡାଯାତ୍ରା ସୁନାବେଶ ପାଇଁ ପ୍ରସ୍ତୁତ ହୋଇଛି ରୁଟ୍ ଚାର୍ଟ। ଯାନବାହାନ ନିୟନ୍ତ୍ରଣ ପାଇଁ ଟ୍ରାଫିକ ଉପରେ କଟକଣା ଲଗାଯାଇଛି। ଜାତୀୟ ରାଜପଥ ୩୧୬ଦେଇ ଆସୁଥିବା ସମସ୍ତ ଯାତ୍ରୀବାହୀ ବସ୍ ମାଳତିପାଟପୁର ବସଷ୍ଟାଣ୍ଡରେ ପାର୍କିଂ କରାଯିବ।କୋଣାର୍କରୁ ପୁରୀ ରାସ୍ତା ଦେଇ ଆସୁଥିବା ଆନ୍ତଃରାଜ୍ୟ ଯାତ୍ରୀବାହୀ ବସ୍ ହର୍ଟିକଲଚର ଫାର୍ମ ପାର୍କିଂ ସ୍ଥଳରେ ପାର୍କ କରାଯିବ।

car-fest

ଭୁବନେଶ୍ୱରରୁ ପୁରୀ ଆସୁଥିବା ନିୟମିତ ଯାତ୍ରୀବାହୀ ବସ୍ ଗୁଡିକ ମାଳତିପାଟପୁର ଆରଓବି ଦେଇ ତାଳବଣିଆ ନୂତନ ପାର୍କିଂ ସ୍ଥଳକୁ ଆସିବ। ଫେରିବା ସମୟରେ ଗ୍ରୀଡ ଷ୍ଟେସନ ଛକ, ବାଲିଗାଟ ଛକ, ସମଙ୍ଗରା ଓ ବୀରହରେକୃଷ୍ଣପୁର ଦେଇ ଜାତୀୟ ରାଜପଥକୁ ଯିବ।

କୋଣାର୍କରୁ ପୁରୀ ଆସୁଥିବା ନିୟମିତ ଯାତ୍ରୀବାହୀ ବସ୍ ଗୁଡିକ ତାଳବଣିଆରେ ପାର୍କିଂ କରାଯିବ। ସେହିପରି ଭୁବନେଶ୍ୱରରୁ ପୁରୀ ଆସୁଥିବା ହାଲୁକା ଯାନ ଏବଂ ଅଟୋରିକ୍ସା ଆଇଟିଆଇରେ ପାର୍କିଂ କରିବେ।

ଭୁବନେଶ୍ୱରରୁ ପୁରୀ ଆସୁଥିବା ଦୁଇଚକିଆ ଯାନ ଗୁଡିକ ବାଟଗାଁ ଛକରୁ ମଙ୍ଗଳା ଘାଟ ବାଇପାସ୍ ରାସ୍ତା ଦେଇ ମଶାଣିଚଣ୍ଡୀ, ଦେବୀଘାଟ ଦେଇ ଜଗନ୍ନାଥବଲ୍ଲଭ ପାର୍କିଂ ସ୍ଥାନରେ ରଖାଯିବ। ଭୁବନେଶ୍ୱରରୁ ପୁରୀ ଆସୁଥିବା ପାସ୍ ଥିବା ଗାଡି ଗୁଡିକ ଅଠରନଳା ଡାକ୍ତରଖାନା ଛକ, ସୁବାଷବୋଷ ଛକ ଓ ଲୋକନାଥ ରୋଡ ଦେଇ ଲୋକନାଥ ମନ୍ଦିର ଏବଂ ଛପନ ଛକ ନିକଟରେ ଥିବା ପାର୍କିଂ ସ୍ଥାନରେ ରଖାଯିବ। 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.