ସୁବର୍ଣ୍ଣପୁର କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ରକୁ ହେବ ରୋପ୍‌ ୱେ , ଭକ୍ତଙ୍କ ପାଇଁ ସହଜ ହେବ ଜଗନ୍ନାଥଙ୍କ ଗୁମ୍ଫା ଦର୍ଶନ

ସୁବର୍ଣ୍ଣପୁର(କେନ୍ୟୁଜ୍): ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର । ଭକ୍ତଙ୍କ ସୁବିଧା ପାଇଁ ଜଗନ୍ନାଥଙ୍କ ପ୍ରସିଦ୍ଧ ଏହି ପୀଠରେ ରୋପ ୱେ ହେବ ।

pataliଛଳିଆ ପାହାଡର ପାଦ ଦେଶରୁ ପାହାଡର ଗୁମ୍ଫା ପର୍ଯ୍ୟନ୍ତ ୫ଶହ ୩୪ମିଟର ରୋପ ୱେ ତିଆରି ହେବ । ଏନେଇ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସରିଛି । ରୋପ ୱେ ତିଆରି ହେଲେ ଜଗନ୍ନାଥଙ୍କ ଗୁମ୍ଫା ଦର୍ଶନରେ ବେଶ୍‌ ସହଜ ହେବ ବୋଲି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ କହିଛନ୍ତି ।
patali shreekhetraରୋପ ୱେ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ୯କୋଟି ୫୦ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । କେବଳ ରୋପ ୱେ ନୁହେଁ ଆଗାମୀ ଦିନରେ ଭକ୍ତଙ୍କ ପାଇଁ ଅନ୍ୟାନ୍ୟ ବ୍ୟବସ୍ଥା ସହ ପୀଠର ବିକାଶ ଦିଗରେ ଦୃଷ୍ଟି ଦିଆଯାଉଛି ବୋଲି ସ୍ଥାନୀୟ ବିଧାୟକ କହିଛନ୍ତି । ପ୍ରତି ଘଣ୍ଟାରେ ୧୫୦ ଜଣ ନେବା ଆଣିବା କ୍ଷମତା ରଖୁଥିବା ଏହି ପ୍ରକଳ୍ପ ଆଗାମୀ ଦେଢ଼ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.