ରାଜଧାନୀରେ ପ୍ରଥମ ଥର ପାଇଁ ମହିଳାଙ୍କ କାର ଏବଂ ବାଇକ୍ ରାଲି ଆୟୋଜିତ

ଭୁବନେଶ୍ବର : ମହିଳାଙ୍କ ପକ୍ଷରୁ କାର୍ ଓ ବାଇକ୍ ରାଲି ଆୟୋଜିତ କରାଯାଇଛି। ଅଙ୍ଗଦାନ ସଂପର୍କରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ରାଲିର ଆୟୋଜନ କରାଯାଇଛି। ଦୁଇ ଶହରୁ ଅଧିକ ମହିଳା ବାଇକ ଓ କାର ଧରି ଜନତା ମଇଦାନରୁ ରାମ ମନ୍ଦିର ଦେଇ କୋଡିଏ କିଲୋମିଟର ଯାଏ ରାଲି କରି ପୁଣି ଜନତା ମଇଦାନକୁ ଫେରିବେ । ଭୁବନେଶ୍ୱରେ ପ୍ରଥମ ଥର ପାଇଁ ରୋଟାରି ଇଣ୍ଟରନ୍ୟାସନାଲ ପକ୍ଷରୁ ଏହି ରାଲିର ଆୟୋଜନ କରାଯାଇଛି ।