ପ୍ରତିଷ୍ଠା ହେବ ଚକ୍ଷୁ ଚିକିତ୍ସାଳୟ, ‘ଏକ୍ସେଲ୍‌’ ଉଦଘାଟନୀ ଅବସରରେ ହୋଇଛି ଘୋଷଣା

ଭୁବନେଶ୍ୱର (କେନ୍ୟୁଜ୍) : ପ୍ରତିଷ୍ଠା ହେବ ଚକ୍ଷୁ ଚିକିତ୍ସାଳୟ । ଭୁବନେଶ୍ୱର ରେଲୱେ ଅଡିଟୋରିୟମରେ ଦୁଇ ଦିନିଆ ରୋଟାରୀ ଜିଲ୍ଲା ସମ୍ମିଳନୀ ‘ଏକ୍ସେଲ୍‌’ ଉଦଘାଟନୀ ଅବସରରେ ଏହି ଘୋଷଣା କରାଯାଇଛି । କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ରୋଟାରୀଆନ ମେହେଟ୍ଟାଙ୍କୁ ଭେଟିବା ସହ କନ୍ଧମାଳରେ ଏକ ଚିକିତ୍ସାଳୟ ପ୍ରତିଷ୍ଠା କରାଯିବା ନେଇ ଅନୁରୋଧ କରିଥିଲେ । ଏହା ପରେ ସମ୍ମିଳନୀରେ ରୋଟାରୀ ଇଣ୍ଟରନ୍ୟାସନାଲ ପ୍ରେସିଡେଣ୍ଟ ଶେଖର ମେହେଟ୍ଟା ରୋଟାରୀ ଏହି ଘୋଷଣା କରିଥିଲେ । ଏହି ସମ୍ମିଳନୀକୁ RIPR ବଂଶୀ ଧୁରନ୍ଦର ଓ ଜିଲ୍ଲା ଗଭର୍ଣ୍ଣର ଦେବାଶିଷ ମିଶ୍ର, କନ୍ଧମାଳ ସାସଂଦ ଡ. ଅଚ୍ୟୁତ ସାମନ୍ତ, ଅମର ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ । ସାରା ଓଡ଼ିଶାରେ ରୋଟାରୀ ୯୨ଟି କ୍ଲବ ମାଧ୍ୟ୍ୟମରେ ଭିନ୍ନ ଭିନ୍ନ ସେବା ଯୋଗାଇ ଦେଉଛି । ସେବାକୁ ଅଧିକ ତ୍ୱରାନ୍ଵିତ କରିବା ପାଇଁ ଏହି ଦୁଇ ଦିନିଆ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.