ରାଉରକେଲା ଏଡିଏମ୍‌ ଅଫିସର ଆସିଷ୍ଟାଣ୍ଟ କଲେକ୍ଟର ଗିରଫ, ୫ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ

ରାଉରକେଲା(କେନ୍ଯୁଜ୍): କୋଟିପତି ଆସିଷ୍ଟାଣ୍ଟ କଲେକ୍ଟର ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଏଡିଏମ୍‌ ଅଫିସର ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାଏକଙ୍କୁ ଗିରଫ କଲା ଭିଜିଲାନ୍ସ। ରାଉରକେଲା ଭିଜିଲାନ୍ସ ଅଫିସରେ ତାଙ୍କୁ ପଚରାଉଚରା ଜାରି ରହିଛି। ଗତକାଲି ମନୋରଞ୍ଜନଙ୍କ ୨ କୋଟିର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ।

ରାଉରକେଲାରେ ୭୫ ଲକ୍ଷର କୋଠା, ୨ଟି ଚାରି ଚକିଆ ଓ ଗୋଠପାଟଣାରେ ୫୦ ଲକ୍ଷ ଟଙ୍କାର କୋଠା ଠାବ କରିଥିଲା ଭିଜିଲାନ୍ସ। ୫ଟି ସ୍ଥାନରେ ଭିଜିଲାନ୍ସର ୫ଟି ଟିମ୍‌ ରେଡ୍‌ରେ ସାମିଲ ହୋଇ ଚଢାଉ କରିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.