ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ଅନୁମତି ମାଗିଛନ୍ତି ପଦଯାତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ରାଉରକେଲାର ପଦଯାତ୍ରୀ ମୁକ୍ତିକାନ୍ତ ବିଶ୍ୱାଳ ପିଏମଓଙ୍କ କାର୍ଯ୍ୟାଳୟକୁ ଅନୁମତି ମାଗିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ଅନୁମତି ଓ ସମୟ ନଦେଲେ ଅନଶନ କରିବେ ବୋଲି କହିଛନ୍ତି ମୁକ୍ତିକାନ୍ତ। ଏହାପୂର୍ବରୁ ସେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ପାଇଁ ସହାୟତା କରିବାକୁ ଅନୁରୋଧ କରିଥିଲେ।
ତେବେ ତାଙ୍କୁ ଜୁଏଲ ନିରାଶ କରିଥିବା ମୁକ୍ତିକାନ୍ତ କହିଛନ୍ତି। ରାଉରକେଲାରେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ଏବଂ ଆଇଜିଏଚକୁ ସୁପର ସ୍ପେସାଲିଟି ହସପିଟାଲ କରିବା ପାଇଁ ମୋଦି ପ୍ରତିଶୃତି ଦେଇଥିଲେ। ହେଲେ ଏଥିରେ ବିଳମ୍ବ ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରତିଶୃତି ମନେପକାଇ ଦେବାକୁ ଦିଲ୍ଲୀ ଯାଇଛନ୍ତି ମୁକ୍ତିକାନ୍ତ। ଗତ ଏପ୍ରିଲ ୧୬ ତାରିଖରୁ ମୁକ୍ତିକାନ୍ତ ରାଉରକେଲାରୁ ପଦଯାତ୍ରା ଆରମ୍ଭ କରିଥିଲେ। ୧୬ ଶହ କିଲୋମିଟର ଚାଲିଚାଲି ଯାଇ ସେ ଦିଲ୍ଲୀରେ ପହଞ୍ଚିଛନ୍ତି।